ନୟାଗଡ଼ :ବଦଳିବ କୁଆଁରିଆ ପର୍ଯ୍ୟଟନସ୍ଥଳୀର ଚିତ୍ର । ଏଠାରେ ନୌକା ବିହାର ସହ ଭିତ୍ତିଭୂମିର ବିକାଶ ପାଇଁ ବିଧାୟକ ଦାବି ରଖିଛନ୍ତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ନିକଟରେ କୁଆଁରିଆଁ ଜଳପ୍ରପାତ ରହିଛି । ବିଭିନ୍ନ ସମୟରେ ଏହାର ବିକାଶ ହୋଇ ଆସିଛି। ଶାନ୍ତକାନ୍ତ ନିକାଞ୍ଚନ ପ୍ରାକୃତିକ ପରିବେଶ ସାଙ୍ଗକୁ ମୃଗ ବିହାର ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ । ଏଥିପାଇଁ ବହୁ ଦୂର ଦୂରାନ୍ତରୁ ପର୍ଯ୍ୟଟକ ଆକୃଷ୍ଟ ହୋଇ ଏହି ସ୍ଥାନକୁ ଆସିଥାନ୍ତି l
ଭୋଜିଭାତ ସହିତ ମନଲୋଭା ପକ୍ଷୀମାନଙ୍କ କୋଳାହୋଳପୂର୍ଣ୍ଣ ପରିବେଶ ବେଶ୍ ଉତ୍ସାହିତ କରିଥାଏ । କିନ୍ତୁ ପର୍ଯ୍ୟଟକଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କିଛି କରାଯାଇନାହିଁ । ଫଳରେ ନାନା ହଇରାଣ ହୋଇଥାନ୍ତି ପର୍ଯ୍ୟଟକ । ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଆସୁଛି ।