ଓଡିଶା

odisha

By

Published : Apr 15, 2022, 8:07 PM IST

ETV Bharat / state

ଓଡିଶୀରେ ନିମଗ୍ନ ଲିମା: ଦେଶ ବିଦେଶରୁ ମିଳିଛି ପ୍ରଶଂସା, ମିଳୁନି ସରକାରୀ ପ୍ରୋତ୍ସାହନ

ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟର ନିଚ୍ଛକ ନିଦର୍ଶନ ଓଡ଼ିଶୀ । ଏହି ଶାସ୍ତ୍ରୀୟ ନୃତ୍ୟକଳା, ଯେପରି ତାଙ୍କ ଜୀବନର ଅବିଚ୍ଛେଦ ଅଙ୍ଗ ପାଲଟିଛି । ଦୀର୍ଘ ୨୦ ବର୍ଷ ଧରି ସେ ନିଜକୁ ଏଥିରେ ସମର୍ପି ଦେଇଥିବା ବେଳେ ଆଜି ଏହାର ପ୍ରଚାର ପ୍ରସାର ପାଇଁ ନିଜ ଉଦ୍ୟମରେ ଜାରି ରଖିଛନ୍ତି ପ୍ରୟାସ । ନୟାଗଡ଼ ଜିଲ୍ଲା ରାଜସୁନାଖଳାର ଓଡିଶୀ ନୃତ୍ୟଶିଳ୍ପୀ ଲିମା ଦାସଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟକୁ ନେଇ ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ ।

ଓଡିଶୀରେ ନିମଗ୍ନ ଲିମା: ଦେଶ ବିଦେଶରୁ ମିଳିଛି ପ୍ରଶଂସା, ମିଳୁନି ସରକାରୀ ପ୍ରୋତ୍ସାହନ
ଓଡିଶୀରେ ନିମଗ୍ନ ଲିମା: ଦେଶ ବିଦେଶରୁ ମିଳିଛି ପ୍ରଶଂସା, ମିଳୁନି ସରକାରୀ ପ୍ରୋତ୍ସାହନ

ନୟାଗଡ଼: ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ପାଇଛି ଓଡିଶୀ । ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟର ନିଚ୍ଛକ ନିଦର୍ଶନ ଓଡ଼ିଶୀ । ଏହି ଓଡିଶୀ ସହ ନିଜଜୁ ସମର୍ପି ଦେଇଛନ୍ତି ଲିମା ଦାସ । ଓଡିଶୀ ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ ଏବଂ ଓଡ଼ିଶୀର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରୁଛନ୍ତି । ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ମାଗଣା ଓଡିଶା ଶିକ୍ଷା । ଦୀର୍ଘ ୮ ବର୍ଷ ଧରି ସେ ଏଭଳି ନୃତ୍ୟ ଶିଖାଇ ଆସୁଥିବା ବେଳେ ଆଜି ମଧ୍ୟ ସରକାରଙ୍କ ନଜର ଆଢୁଆଳରେ ରହିଛନ୍ତି । ପିଲାଙ୍କ ନୃତ୍ୟ ସରଞ୍ଜାମ ପାଇଁ ଅନେକ ଅର୍ଥ ଆବଶ୍ୟକ ହେଉଥିବା ବେଳେ ଏହି ଶାସ୍ତ୍ରୀୟ ନୃତ୍ୟର ପ୍ରଚାର ପ୍ରସାର ପାଇଁ ସେ ସରକାରଙ୍କ ସହଯୋଗ ଲୋଡିଛନ୍ତି ।

ଓଡିଶୀରେ ନିମଗ୍ନ ଲିମା: ଦେଶ ବିଦେଶରୁ ମିଳିଛି ପ୍ରଶଂସା, ମିଳୁନି ସରକାରୀ ପ୍ରୋତ୍ସାହନ

ଲିମା ସବୁବେଳେ କୁନି କୁନି ପିଲାଙ୍କୁ ଓଡିଶୀ ଶିକ୍ଷା ଦେଉଛନ୍ତି । ଲିମାଙ୍କ ଘର ନୟାଗଡ଼ ଜିଲ୍ଲା ରାଜସୁନାଖଳାରେ । ପାଖାପାଖି ଏକ ଦଶନ୍ଧି ହେବ ଓଡିଶୀ ନୃତ୍ୟ ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଛନ୍ତି । ନିଜେ ଜଣେ ଓଡିଶୀ ନୃତ୍ୟଙ୍ଗନା । ନିଜ ଅଞ୍ଚଳରୁ ଆରମ୍ଭ କରି ଦେଶ ବିଦେଶରେ ସେ ନାଁ କରିଛନ୍ତି । ସିଙ୍ଗାପୁର, ଜାପାନ ଆଦି ବିଦେଶ ଯାଇ ଓଡିଶୀ ନୃତ୍ୟ ଦେଖାଇଛନ୍ତି । କୁନି କୁନି ଛାତ୍ରଛାତ୍ରୀଙ୍କ ନେଇ ଅନେକ ମଞ୍ଚରେ ଓଡିଶୀ ନୃତ୍ୟକୁ ପ୍ରଦର୍ଶନ କରିଛନ୍ତି । ଯାହା ତାଙ୍କୁ ଅନେକ ସମ୍ମାନ ଏବଂ ପୁରସ୍କାର ଦେଇଛି । ଓଡିଶୀ ନୃତ୍ୟ ଶିକ୍ଷା ଦେଇ ସେ ଚର୍ଚ୍ଚାରେ ରହିଆସିଛନ୍ତି ।

ବୋଲଗଡ, ରଣପୁର ଏବଂ ରାଜସୁନାଖଳାରେ ଅସ୍ଥାୟୀ ଭଡା ଘରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଛନ୍ତି । ଆଉ କୁନି କୁନି ଛାତ୍ରଛାତ୍ରୀ ଓଡିଶୀ ଶିଖିବା ସହ ଦେଶ ବିଦେଶରେ ନିଜର ପ୍ରତିଭା ଦେଖାଇପାରୁଛନ୍ତି । ପାଦରେ ନୂପୁର, ଅଳତା ଲଗାଇ କୁନି ଛାତ୍ରଛାତ୍ରୀ ମାନେ ନୃତ୍ୟ ଶିଖୁଛନ୍ତି । ବିନା ସରକାର ପ୍ରୋତ୍ସାହନରେ ଲିମା ଓଡ଼ିଶୀର ପ୍ରଚାର ପାଇଁ ଉଦ୍ୟମ କରୁଛନ୍ତି । ଲିମାଙ୍କ ଏଭଳି ପ୍ରୟାସକୁ ସବୁ ମହଲରୁ ବେଶ ପ୍ରଶଂସା କରାଯାଉଛି । ହେଲେ ସରକାରଙ୍କ ନଜର ଆଢୁଆଳରେ ରହିଯାଇଛନ୍ତି ଲିମା ।

ବିଭିନ୍ନ ସ୍ଥାନରେ ଭଡା ଘରେ ପିଲାଙ୍କୁ ନାଚ ଶିଖାଯାଉଛି l ଅନେକ ନୃତ୍ୟ ସରଞ୍ଜାମ କିଣିବାର ଆବଶ୍ୟକତା ମଧ୍ୟ ରହିଛି । ଯାହାର ମୂଲ୍ୟ ଅଧିକ ହୋଇଥିବାରୁ ଲିମାଙ୍କ ପକ୍ଷେ ଏହା କିଣିବା ସମ୍ଭବ ହୋଇନାହିଁ । ଏଭଳି ସ୍ଥିତିରେ ସେ ସରକାରଙ୍କ ସହାୟତା ଲୋଡିଛନ୍ତି । ସରକାର ଏଥିପ୍ରତି ଦୃଷ୍ଟି ଦେଇ ଲିମାଙ୍କ ଅନୁଷ୍ଠାନକୁ ପ୍ରୋତ୍ସାହନ ପ୍ରଦାନ କଲେ ଓଡିଶୀ ନୃତ୍ୟର ପ୍ରଚାର ପ୍ରସାର ହୋଇପାରନ୍ତା l



ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details