ଓଡିଶା

odisha

ଶୈଳେନ୍ଦ୍ର ହତ୍ୟାକାଣ୍ଡ ଘଟଣା, ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ

By

Published : Dec 22, 2022, 9:52 PM IST

କଟକ LIC ଏଜେଣ୍ଟ ଶୈଳେନ୍ଦ୍ର ହତ୍ୟାକାଣ୍ଡ ଘଟଣା । ହତ୍ୟାକାଣ୍ଡର ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ ଦିପୁ ସାହୁ । ଅଧିକ ପଢନ୍ତୁ

କଟକ LIC ଏଜେଣ୍ଟ ଶୈଳନ୍ଦ୍ର ହତ୍ୟାକାଣ୍ଡ ଘଟଣା, ହତ୍ୟାକାଣ୍ଡର ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ
କଟକ LIC ଏଜେଣ୍ଟ ଶୈଳନ୍ଦ୍ର ହତ୍ୟାକାଣ୍ଡ ଘଟଣା, ହତ୍ୟାକାଣ୍ଡର ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ

କଟକ LIC ଏଜେଣ୍ଟ ଶୈଳେନ୍ଦ୍ର ହତ୍ୟାକାଣ୍ଡ ଘଟଣା, ହତ୍ୟାକାଣ୍ଡର ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ

ନୟାଗଡ: କଟକ LIC ଏଜେଣ୍ଟ ଶୈଳେନ୍ଦ୍ର ହତ୍ୟାକାଣ୍ଡ ଘଟଣା । ହତ୍ୟାକାଣ୍ଡର ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ ଦିପୁ ସାହୁ । ବହୁ ଚର୍ଚ୍ଚିତ କଟକ LIC ଏଜେଣ୍ଟ ଶୈଳେନ୍ଦ୍ର ହତ୍ୟାକାଣ୍ଡ ଘଟଣାରେ ହତ୍ୟାର ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ ଦିପୁ ସାହୁ । ପତ୍ନୀଙ୍କ ପରକିୟା ପ୍ରୀତି କାରଣରୁ ଶୈଳେନ୍ଦ୍ରଙ୍କୁ ହତ୍ୟା କରିଥିବା କହିଛି ଦିପୁ । ଶୈଳେନ୍ଦ୍ର ଦିପୁଙ୍କ ଘରକୁ ଆସିଥିବା ଜାଣି ହତ୍ୟାର ସୁଚିନ୍ତିତ ଯୋଜନା କରିଥିଲା ଦିପୁ ।

ଦିପୁ ଏବଂ ତାଙ୍କ ପତ୍ନୀ ସୁନିତା ସାହୁ କଟକରେ ରହି ଦହିବରା ବେପାର କରୁଥିଲେ । ଏହି ସମୟରେ LIC କରିବାକୁ ଅନୁରୋଧ କରିଥିଲେ ଶୈଳେନ୍ଦ୍ର ଜେନା । ପରେ ସୁନିତା ଏବଂ ଶୈଳେନ୍ଦ୍ରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଏହି ପରକୀୟା ପ୍ରେମକୁ ସହି ନ ପାରି କଟକରୁ ଘରକୁ ଫେରି ଆସିଥିଲେ ଦିପୁ । କିନ୍ତୁ ସୁନିତା ଏବଂ ଶୈଳେନ୍ଦ୍ରଙ୍କ ପ୍ରେମ ସମ୍ପର୍କ ଜାରି ରହିଥିଲା । ପରେ ଦିପୁଙ୍କ ଘର ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ମହୀପୁର ପାଟୁଳିସାହିକୁ ଗତ 3 ତାରିଖରେ ଆସିଥିଲେ ଶୈଳେନ୍ଦ୍ର ।

ଶୈଳେନ୍ଦ୍ରଙ୍କୁ ରାତିରେ ଦେଖି ଲୁହାରଡରେ ଆକ୍ରମଣ କରି ହତ୍ୟା କରିଥିଲା ଦିପୁ । ପରେ ପ୍ରମାଣ ନଷ୍ଟ କରିବା ପାଇଁ ରାତାରାତି ଘର ଠାରୁ ପ୍ରାୟ 1 କିଲୋମିଟର ଦୂର ଗହୀରକୁ ଏକ ସ୍କୁଟି ସାହାଯ୍ୟରେ ମୃତଦେହକୁ ନେଇଥିଲା । ଏଥିରେ ଦିପୁଙ୍କୁ ସହଯୋଗ କରିଥିଲା ତାଙ୍କ ବନ୍ଧୁ ଗ୍ୟାରେଜ ଦୋକାନୀ ସୁରେଶ ସାହୁ । ଉଭୟେ ମିଶି ହତ୍ୟା କରିଥିବା ଗଣମାଧ୍ୟମ ଆଗରେ କହିଛି ଦିପୁ । ଗହୀରକୁ ନେଇ ପ୍ରମାଣ ନଷ୍ଟ ପାଇଁ ପାଳ ସାହାଯ୍ୟରେ ମୃତଦେହକୁ ପ୍ରଥମେ ପୋଡିଥିଲେ ଉଭୟେ । ପୋଡ଼ିବା ପରେ ଦେଖାଯାଉଥିବା ହାଡ଼କୁ ହାତୁଡିରେ ପିଟି ଅବଶିଷ୍ଟ ହାଡ଼କୁ ନିକଟସ୍ଥ ପୋଖରୀରେ ଫୋଫାଡ଼ିଥିଲା ଦିପୁ । ହତ୍ୟାକାଣ୍ଡ ସ୍ଥଳ ଠାରୁ ଆରମ୍ଭ କରି ଶୈଳେନ୍ଦ୍ରଙ୍କ ଶବ ପୋଡିବା ସ୍ଥାନ ପର୍ଯ୍ୟନ୍ତ ସବୁ ସତ ମାନିଛି ଦିପୁ । ଆଜି ସକାଳେ ଆତ୍ମସମର୍ପଣ କରିଥିବା ବାପା ପୁଅଙ୍କୁ ଗିରଫ କରିଛି ନୂଆଗାଁ ପୋଲିସ ।

ଉଭୟଙ୍କୁ ପଚାରାଉଚରା କରିବା ପରେ ଦିପୁଙ୍କୁ ଧରି ଆଜି ଅପରାହ୍ନରେ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ମହୀପୁର ପାଟୁଳିସାହି ଗାଁରେ ପହଁଞ୍ଚିଥିଲା ପୋଲିସ । ଗୋଟି ଗୋଟି କରି ସତ ଓଗାଳିଥିଲା ଦିପୁ । ହତ୍ୟାର ଡେମୋ ଦେଖାଇ ସାରିବା ପରେ ନୂଆଗାଁ ଥାନାକୁ ଆଣିଛି ପୋଲିସ । ପୂର୍ବରୁ ଏହି ଘଟଣାରେ ସୁନିତା ସାହୁ ଏବଂ ସୁରେଶ ସାହୁଙ୍କୁ ଗିରଫ କରିଥିଲା ପୋଲିସ । ଆସନ୍ତାକାଲି ମୁଖ୍ୟ ଅଭିଯୁକ୍ତ ଦିପୁ ସାହୁ ଏବଂ ତାଙ୍କ ବାପା ଭାବ ସାହୁଙ୍କୁ କୋର୍ଟ ଫରୱାର୍ଡ କରିବ । ପୂର୍ବରୁ ଶୈଳେନ୍ଦ୍ରଙ୍କ DNA ପରୀକ୍ଷା ପାଇଁ ଫରେନସିକ୍ ଲ୍ୟାବକୁ ପଠାଇଛି ପୋଲିସ ।

ଇଟିଭି ଭାରତ, ନୟାଗଡ

ABOUT THE AUTHOR

...view details