ଓଡିଶା

odisha

ETV Bharat / state

ବିଦ୍ୟୁତ ଆଘାତରେ ଜୀବନ ହାରିଲେ 2 - ନୟାଗଡ଼

ଘରେ ବିଦ୍ୟୁତ କାମ କରୁଥିବା ବେଳେ ଅଘଟଣ । ବିଦ୍ୟୁତ ଆଘାତରେ ଦୁଇ ଜଣଙ୍କର ମୃତ୍ଯୁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ଼

By

Published : Sep 4, 2019, 6:01 PM IST

ନୟାଗଡ଼: ଅଚାନକ ମାଡ଼ି ଆସିଲା ମୃତ୍ୟୁ । ଆଉ ନେଇଗଲା ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରଣପୁର ଥାନା ରଂକଦେଉଳି ଗ୍ରାମରେ ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ଼

ଘରେ ଇଲେକ୍ଟ୍ରି ସମସ୍ୟା ଥିବାରୁ ମିସ୍ତ୍ରୀ ଭାବେ ଲକ୍ଷ୍ମଣ ସାହୁଙ୍କ ଘରକୁ କାମ କରିବାକୁ ଆସିଥିଲେ ରବି ପରିଡ଼ା । ଏହି ସମୟରେ ଲକ୍ଷ୍ମଣଙ୍କୁ ଲାଗିଥିଲା କରେଣ୍ଟ । ବିଦ୍ୟୁତ ଆଘାତରୁ ଲକ୍ଷ୍ମଣକୁ ଉଦ୍ଧାର କରିବାବେଳେ ରବିକୁ ମଧ୍ୟ ଲାଗିଥିଲା କରେଣ୍ଟ ।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ମେଡ଼ିକାଲକୁ ନେଇଯାଇଥିଲେ ପରିବାର ଲୋକେ । କିନ୍ତୁ ସେଠାରେ ଡ଼ାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ରଣପୁର ପୋଲିସ ପହଁଚି ମୃତଦେହକୁ ଜବତ କରିଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ପୋଷ୍ଟମଟମ ପାଇଁ ନୟାଗଡ଼ ଆଣିଛି ।

ନୟାଗଡ଼ରୁ ଉତ୍ପଳ ସାହୁ, ଇଟିଭି ଭାରତ

ABOUT THE AUTHOR

...view details