ନୟାଗଡ଼:ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟଣାର ଚାଲିଛି କ୍ରାଇମ ସିନ ରିକ୍ରିଏସନ । କଟକ, ଭୁବନେଶ୍ବରର ଦୀନଦୟାଲ ଆଶ୍ରମ, ଭଦ୍ରକର ପଳାଶପୁର ଆଦି କ୍ରାଇମ ସ୍ପଟରେ କ୍ରାଇମ ସିନ ରିକ୍ରିଏସନ ପରେ ଏବେ ନୟାଗଡ଼ର ରଣପରୁ ଥାନା ଅଞ୍ଚଳରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ । ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ସହ ଟିମ ବଧିପାଟଣା ନୂଆକାଟେଣୀରେ ପହଞ୍ଚି ହୋଇଛି କ୍ରାଇମ ସିନ୍ର ରିକ୍ରିଏସନ । ବାରମ୍ବାର ପଚାରିବା ପରେ, ହଁ ନାହିଁରେ ଉତ୍ତର ଦେଉଛି ଲେଡି କିଲର ଶର୍ମିଷ୍ଠା ।
କଡା ସୁରକ୍ଷା ମଧ୍ୟରେ କ୍ରାଇମ ରିକ୍ରିଏସନ କରିବା ପାଇଁ ଅଭିଯୁକ୍ତ ମାନଙ୍କୁ ଧରି ପହଞ୍ଚିଛି କ୍ରାଇମ ବ୍ରାଞ୍ଚ ଟିମ । ମୃତ ମାନସଙ୍କୁ ଏହି ସ୍ଥାନରେ ପୋତାଯାଇଥିଲା । ଏବେ ଏଠାରେ କ୍ରାଇମ ରିକ୍ରିଏସନ କରୁଛି କ୍ରାଇମବ୍ରାଞ୍ଚ ଟିମ । ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଧରି କ୍ରାଇମବ୍ରାଞ୍ଚ ଘଟଣାସ୍ଥଳରେ ରହିଛି । କ୍ରାଇମ ରିକ୍ରିଏସନ ଚାଲିଛି କିନ୍ତୁ ସବୁ ସତ କହୁନି ଲେଡି କିଲର ଶର୍ମିଷ୍ଠା । କ୍ରାଇମବ୍ରାଞ୍ଚ ଅଧିକାରୀ ମାନେ ବାରମ୍ବାର କିଛି ପଚାରିବା ପରେ, ହଁ ନାହିଁରେ ଉତ୍ତର ଦେଉଛି ଶର୍ମିଷ୍ଠା । ବାରମ୍ବାର ପଚାରିବା ପରେ ଅଳ୍ପ ଅଳ୍ପ କହୁଥିବା ଦେଖିବାକୁ ମିଳିଛି । ନୟାଗଡ଼ ରଣପୁର ବଧିପାଟଣାରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ କ୍ରାଇମ ରି କ୍ରିଏସନ କରୁଛି l
ତେବେ ସୂଚନା ଥାଉ କି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଆଜି ବିଭିନ୍ନ ଜିଲ୍ଲାର ହୋଇଥିବା କ୍ରାଇମ ସ୍ପଟକୁ ନେଇଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା କଟକ ସମେତ ଭୁବନେଶ୍ବରର ଦୟାଲ ଆଶ୍ରମ ଓ ଭଦ୍ରକ ଜିଲ୍ଲାର ପଳାଶପୁରଠାରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି କ୍ରାଇମର ରିକ୍ରିଏସନ କରାଯାଇଛି ।
ଏହା ବି ପଢନ୍ତୁ- Manas Murder Mystery: କ୍ରାଇମ ସିନ ରିକ୍ରିଏସନ ପାଇଁ ଭଦ୍ରକରେ କ୍ରାଇମବ୍ରାଞ୍ଚ
ରାଜଧାନୀର ଦୟାଲ ଆଶ୍ରମରେ କିଭଳି ହତ୍ୟା କରାଯାଇଥିଲା ? ଅପହରଣ ଠାରୁ ମୃତଦେହ ପୋତିବା ପର୍ଯନ୍ତ । ଶର୍ମିଷ୍ଠା ଓ ତାଙ୍କ ଟିମ କେମିତି ଘଟାଇଥିଲେ ହତ୍ୟାର କାରାନାମା ? ସେସବୁକୁ ଦେଖାଇବା ସହ ହତ୍ୟାର ପୁରା କାହାଣୀ ବଖାଣିଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମଷ୍ଠା ରାଉତ । ଏହି ସମୟରେ କ୍ରାଇମବ୍ରାଞ୍ଚର ତିନୋଟି ଟିମ ଘଟଣା ସ୍ଥଳରେ ପୁରା ସିନର ଭିଡିଓ ରେକର୍ଡ଼ କରିଛନ୍ତି । ତେବେ ଆଶ୍ରମ ବାହାରେ କିଛି ପ୍ରମାଣ ଫୋପାଡିଥିବା ମଧ୍ୟ ଦେଖାଇଛନ୍ତି ଶର୍ମିଷ୍ଠା ।