ନୟାଗଡ଼: ବିଦ୍ୟୁତ ଶୁକ୍ଲ ବୃଦ୍ଧି ପ୍ରତିବାଦରେ ସିପିଆଇଏମର ବିକ୍ଷୋଭ । ସିପିଆଇଏମ ରାଜ୍ୟ କମିଟି ଆହ୍ବାନ କ୍ରମେ ନୟାଗଡ଼ ରଣପୁର ବିଦ୍ୟୁତ ଅଫିସ ଆଗରେ ଶୁକ୍ରବାର ପ୍ରତିବାଦ କରାଯାଇଛି । ଏନେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗକଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ସିପିଆଇଏମର ବିକ୍ଷୋଭ - ନୟାଗଡ଼ ସିପିଆଇଏମ ବିକ୍ଷୋଭ
ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ରଣପୁର ବିଦ୍ୟୁତ ଅଫିସ ସମ୍ମୁଖରେ ବିକ୍ଷୋଭ କରିଛି ସିପିଆଇଏମ । ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ପ୍ରତିବାଦ ଆହୁରି ତୀବ୍ର ହେବ ବୋଲି କହିଛନ୍ତି ବିକ୍ଷୋଭକାରୀ । ଅଧିକ ପଢ଼ନ୍ତୁ...
ବିଦ୍ୟୁତ ଦର ବୃଦ୍ଧିକୁ ନେଇ ରଣପୁର ବିଦ୍ୟୁତ ଅଫିସ ଆଗରେ ବିକ୍ଷୋଭ କରିଛି ସିପିଆଇଏମ । ଏହି ଦର ବୃଦ୍ଧି କୋରୋନା କାଳରେ ବେଡ଼ି ଉପରେ କାରୋଡ଼ା ମାଡ଼ ସଦୃଶ ବୋଲି ଅଭିଯୋଗ କରାଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟକୁ ରଣପୁର ଟାଟା ପାଓ୍ବାର ସେଣ୍ଟ୍ରାଲ ପରିବଣ୍ଟନ ମ୍ୟାନେଜର ବିକାଶ ସେନାପତିଙ୍କ ମାଧ୍ୟମରେ ଦାବିପତ୍ର ପଠାଯାଇଛି । ସିପିଆଇଏମ ପାର୍ଟିର ରଣପୁର ବ୍ଲକ ସମ୍ପାଦକ ଦୁଃଶାସନ ଜେନାଙ୍କ ନେତୃତ୍ବରେ ସୁରେଶ ସ୍ବାଇଁ, ସୁଶୀଲ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପ୍ରତିବାଦ କରିଛନ୍ତି । ଯଦି ସରକାର ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆଗାମୀ ଦିନରେ ପ୍ରତିବାଦ ଆହୁରି ତୀବ୍ର ହେବ ବୋଲି ବିକ୍ଷୋଭକାରୀଙ୍କ ପକ୍ଷରୁ ପ୍ରକାଶ ପାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ