ଓଡିଶା

odisha

ETV Bharat / state

Agnipath Scheme Protest: ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ - କେନ୍ଦ୍ରସରକାରଙ୍କ ଅଗ୍ନିପଥ ଯୋଜନା

କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବା ଦାବିରେ ସିପିଆଇଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

Agnipath Scheme Protest: ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
Agnipath Scheme Protest: ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

By

Published : Jun 25, 2022, 3:32 PM IST

ନୟାଗଡ:କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବା ଦାବିରେ ସିପିଆଇଏମ ପକ୍ଷରୁ ରଣପୁର ପଞ୍ଚୁଦୋଳ ପଡ଼ିଆଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ବିକ୍ଷୋଭକାରୀ । ସିପିଆଇଏମ ନେତା ନିତ୍ୟାନନ୍ଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ମୋଦି ସରକାରଙ୍କ ଏହି ଯୋଜନା ଦେଶର ସୁରକ୍ଷା ବିରୋଧୀ, ଯୁବ ବିରୋଧୀ ଓ ନିଯୁକ୍ତି ବିରୋଧୀ ବୋଲି କହିଥିଲେ l ଏହାସହ ଅଗ୍ନିପଥ ଯୋଜନାକୁ ତୀବ୍ର ସମାଲୋଚନା କରିବା ସହ ମୋଦି ସରକାରଙ୍କୁ ନିନ୍ଦା କରିଥିଲେ।

Agnipath Scheme Protest: ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଦେଶ ଯେତେବେଳ ଜୟ ଯବାନ ଓ ଜୟ କିଷାନର ସ୍ଲୋଗାନ ଦେଉଛି ଓ ବାହ୍ୟ ଶତ୍ରୁ ଯୁଦ୍ଧର ଧମକ ଦେଉଛି ଠିକ ସେତିକିବେଳେ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପରିବର୍ତ୍ତେ ୪ବର୍ଷିଆ ଠିକା ନିଯୁକ୍ତି ଦେଇ ଦୁର୍ବଳ କରିବାକୁ ମନଇଚ୍ଛା ଅଗ୍ନିପଥ ଯୋଜନା ଗ୍ରହଣ କରିଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ।

ମୋଦି ସରକାର ଅତୀତରେ ଗ୍ରହଣ କରିଥିବା ଚାଷୀ ବିରୋଧୀ କୃଷିନୀତିକୁ ଯେଉଁ ଭଳି ପ୍ରତ୍ୟାହାର କରିଥିଲେ ସେହିଭଳି ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହେବେ ସରକାର। ନଚେତ ଭବିଷ୍ୟତରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ପାର୍ଟି ତରଫରୁ ଚେତାବନୀ ଦିଆଯାଇଛି। ଏହାସହ ଠିକା ପରିବର୍ତ୍ତେ ସ୍ଥାୟୀ ନିଯୁକ୍ତି, ଅଗ୍ନିପଥ ଯୋଜନା ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିହୋଇଛି ।

ଇଟିଭି ଭାରତ, ନୟାଗଡ

ABOUT THE AUTHOR

...view details