ନୟାଗଡ଼: କୋଭିଡ ମହାମାରୀର ପ୍ରଭାବରେ ଜୀବନ,ଜୀବିକା ପ୍ରଭାବିତ ହୋଇଛି l ଏଥିରୁ ବାଦ ପଡିନାହାନ୍ତି ଘରୋଇ ଡ୍ରାଇଭର । ଯେଉଁମାନେ ଦିନେ ଗାଡି ଚଳାଇ ଲୋକଙ୍କୁ ସେବା ଯୋଗାଇ ଦୁ୍ଇ ପଇସା ଗୋଜଗାର କରି ସେମାନଙ୍କ ପରିବାର ପ୍ରତିପୋଷଣ କରୁଥିଲେ ସେମାନେ ଏବେ ବେଉଷା ହରାଇ ବେରୋଜଗାର । ତେବେ ଏପରି ସମୟରେ ସମୟରେ ନିଜ ଜୀବନକୁ ବାଜି ଲଗାଇ ଗାଡି ଚଳାଉଥିବା ଡ୍ରାଇଭରଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିବା ସହ ସେମାନଙ୍କ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ଦାବି କରିଛନ୍ତି ଡ୍ରାଇଭରମାନେ ।
ଏବେ ଦ୍ବିତୀୟ ଲହରୀ ସମୟରେ ଗାଡିମୋଟର ବନ୍ଦ ଥିବାରୁ ଘରେ ବସି ରହୁଛନ୍ତି ଡ୍ରାଇଭରମାନେ । କିଛି ଡ୍ରାଇଭର ନିଜ ଜୀବନକୁ ବାଜି ଲଗାଇ ମହାମାରୀରେ କାମ କରୁଛନ୍ତି l କିଏ ଅଟୋ ଚଳନ୍ତି ତ ପୁଣି କିଏ ଭାରି ଯାନ ଚଳାନ୍ତି । ଦୈନିକ 2ଶହ ରୁ 3ଶହ ଟଙ୍କା ରୋଜଗାର କରନ୍ତି । ହେଲେ କୋରୋନାର ଦ୍ବିତୀୟ ଲହରୀ ପରଠୁ ଯେମିତି ଏମାନଙ୍କର ପେଟପଟଣାକୁ ଲାତ ମାରିଛି ମହାମାରୀ । 2ମାସ ହେବ ଗାଡ଼ି ଚଳାଚଳ ବନ୍ଦ ଥିବାରୁ, କିଏ ଗାଡି କିସ୍ତି ଦେବାରେ ଅସମର୍ଥ ତ ଆଉ କିଏ ଦିଓଳି ଦାନା ଯୋଗାଡ଼ କରିବା ଚିନ୍ତାରେ ।