ଓଡିଶା

odisha

By

Published : Nov 10, 2020, 4:29 PM IST

ETV Bharat / state

କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ

ନୟାଗଡ଼ ଜିଲ୍ଲା ଚାନ୍ଦପୁର ଦଶଦୋଳ ସଭା ଗୃହରେ ସଂଗଠନର ଉପଦେଷ୍ଟା ମନୋଜ ଦାଶଙ୍କ ସଭାପତିତ୍ବରେ ମଙ୍ଗଳବାର ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ କୋରୋନା ଯୋଦ୍ଧାଙ୍କୁ ସମ୍ବୋର୍ଦ୍ଧିତ କରାଯାଇଛି । ଅଧିକ ପଢନ୍ତୁ...

କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ
କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ

ନୟାଗଡ଼: କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଦଶଦୋଳ ସଭା ଗୃହରେ ସଂଗଠନର ଉପଦେଷ୍ଟା ମନୋଜ ଦାଶଙ୍କର ସଭାପତିତ୍ବରେ ମଙ୍ଗଳବାର ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ କୋରୋନା ଯୋଦ୍ଧାଙ୍କୁ ସମ୍ବୋର୍ଦ୍ଧିତ କରାଯାଇଛି ।

କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ

ମଙ୍ଗଳବାର ଫାଉଣ୍ଡେସନର ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ କୋରୋନା ଯୋଦ୍ଧାମାନେ ଏହି ମହାମାରୀରେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କୁ ସଚେତନ କରାଇଥିଲେ l ସେମାନଙ୍କ ମନୋବଳକୁ ଦୃଢ଼ କରିବା ପାଇଁ ଏହି ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଛି ବୋଲି ସେ କହିଛନ୍ତି l ଏହି ସଭାରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ପୋଲିସ କର୍ମଚାରୀ, ସ୍ବାସ୍ଥ୍ୟ କର୍ମଚାରୀ ଏବଂ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

ଏହି ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ନୟାଗଡ଼ ଯୋଜନା ବୋର୍ଡର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ମୁଖ୍ୟବକ୍ତା ଭାବରେ ଯୁବ ଆଇନଜୀବୀ ଶ୍ରୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ ବହୁ ସମାଜସେବୀ ମଧ୍ୟ ସାମିଲ ହୋଇଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details