ଓଡିଶା

odisha

ETV Bharat / state

କୋରୋନା ଯୋଦ୍ଧାଙ୍କ ପରଲୋକ, ଆଜି ଦିଆଯିବ ଗାର୍ଡ ଅଫ ଅନର

କୋରୋନା ସମୟରେ ନିଜର ଓ ପରିବାର କଥା ଚିନ୍ତା ନକରି ଅହରହ ଲୋକଙ୍କ ସେବାରେ ଲାଗିଥିବା କୋରୋନା ଯୋଦ୍ଧା ଶ୍ରୀଧର ସ୍ବାଇଁଙ୍କର ମୃତ୍ୟୁ ଘଟିଛି। ଅଧିକ ପଢନ୍ତୁ...

By

Published : Oct 21, 2020, 7:57 AM IST

କୋରୋନା ଯୋଦ୍ଧାଙ୍କ ପରଲୋକ, ଆଜି ଦିଆଯିବ ଗାର୍ଡ ଅଫ ଅନର
କୋରୋନା ଯୋଦ୍ଧାଙ୍କ ପରଲୋକ, ଆଜି ଦିଆଯିବ ଗାର୍ଡ ଅଫ ଅନର

ନୟାଗଡ: ମଙ୍ଗଳବାର ଅପରାହ୍ନରେ କୋଭିଡ ଯୋଦ୍ଧା ଶ୍ରୀଧର ସ୍ବାଇଁଙ୍କ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି l ସ୍ବର୍ଗତଃ ସ୍ବାଇଁ ନୟାଗଡରେ ଆଶା ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ । ତେବେ କିଛି ଦିନ ପୂର୍ବେ ତାଙ୍କର କନ୍ଧମାଳ ଜିଲ୍ଲାକୁ ବଦଳି ହୋଇଥିଲା l ତାଙ୍କ ଘର ନୟାଗଡ ନିକଟବର୍ତ୍ତୀ କଇଥଗାଡିଆ ଗାଁରେ ହୋଇଥିବାବେଳେ ସେ ଖୁବ ମେଳାପୀ ତଥା କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଭାବେ ସମଗ୍ର ନୟାଗଡ ଅଞ୍ଚଳରେ ଜଣାଶୁଣାଥିଲେ l

ତାଙ୍କର ଅକାଳ ମୃତ୍ୟୁରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଆଜି (ବୁଧବାର) ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବ ବୋଲି ସୂଚନା ମିଳିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details