ଓଡିଶା

odisha

ETV Bharat / state

ନୟାଗଡରେ ଗାଁକୁ ବ୍ୟାପିଲା କୋରୋନା - ଗାଁକୁ ବ୍ୟାପୁଛି କୋରୋନା

ନୟାଗଡ଼ ଜିଲ୍ଲାରେ କୋରୋନା ସ୍ଥିତି ଜଟିଳ । ଗୋଟିଏ ଦିନରେ ୧୯୪ ଜଣ ନୂଆ ଆକ୍ରାନ୍ତ କୋରୋନା ଚିହ୍ନଟ । ଅଧିକ ପଢନ୍ତୁ...

ଗାଁକୁ ବ୍ୟାପିଲା କୋରୋନା
ଗାଁକୁ ବ୍ୟାପିଲା କୋରୋନା

By

Published : May 3, 2021, 10:58 PM IST

ନୟାଗଡ଼: ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ନୟାଗଡ଼ ଜିଲ୍ଲାରେ କୋରୋନା ସ୍ଥିତି ଜଟିଳ ହେଇ ଗାଁକୁ ବ୍ୟାପିବାରେ ଲାଗିଛି l ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାରୁ ୧୯୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୧୩୧୯ ସକ୍ରିୟ ମାମଲା ରହିଥିବା ଜଣାଯାଇଛି ।

ଆଜି ଚିହ୍ନଟ ହୋଇଥିବା ୧୯୪ ଆକ୍ରାନ୍ତ ମଧ୍ୟରେ ଭାପୁର ବ୍ଲକରୁ ୮, ଦଶପଲ୍ଲାରୁ ୮, ଗଣିଆରୁ ୩, ଖଣ୍ଡପଡ଼ାରୁ ୨୨, ନୟାଗଡ଼ରୁ ୩୪, ନୂଆଗାଁରୁ ୧୬, ଓଡ଼ଗାଁରୁ ୩୦, ରଣପୁରରୁ ୩୩, ନୟାଗଡ଼ ପୈାରାଞ୍ଚଳରୁ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l ତେବେ ସହରାଞ୍ଚଳ ବ୍ୟତୀତ ଏବେ ଗାଁରୁ କରୋନା ଆକ୍ରାନ୍ତ ରୋଗୀ ଚି଼ହ୍ନଟ ହେଉଥିବା ଜଣାପଡ଼ିଛି l

ନୟାଗଡ଼ରୁ ଜିତେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details