ନୟାଗଡ: ମହାନ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଜନ୍ମଜୟନ୍ତୀ(Pathani Samanta Birth Anniversary)କୁ ଭୁଲିଗଲା କି ଜିଲ୍ଲାପ୍ରଶାସନ । କୋଭିଡ ଆଳ ଦେଖାଇ ମହାନ ଜ୍ୟୋତିର୍ବିଦଙ୍କ ଜନ୍ମଜୟନ୍ତୀ ପାଳନ ନ କରିବାକୁ ନେଇ ସୃଷ୍ଟି ହେଲା ବିବାଦ l
ଏନେଇ ବରିଷ୍ଠ ଆଇନଜୀବୀ ତଥା ନୟାଗଡ଼ କଂଗ୍ରେସ ସଭାପତି ରଞ୍ଜିତ ଦାସ ଜିଲ୍ଲା ପ୍ରଶାସନକୁ ସମାଲୋଚନା କରିଛନ୍ତି l କୋଭିଡ ଆଳ ଦେଖାଇ ପଠାଣି ସାମନ୍ତଙ୍କ ଜନ୍ମଜୟନ୍ତୀ ପାଳନ ନ କରିବା ତାଙ୍କ ପ୍ରତି ଅପମାନ ବୋଲି କହିଛନ୍ତି । ବିଭିନ୍ନ ସ୍ଥାନରେ ପଠାଣି ସାମନ୍ତଙ୍କୁ ଅନେକ ମନେ ପକାଉ ଥିବାବେଳେ ଜିଲ୍ଲାପ୍ରଶାସନ କିପରି ଭୁଲିଗଲା ସେନେଇ ପ୍ରଶ୍ନ ଉଠାଇଛନ୍ତି । ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମ ଗ୍ରହଣ କରିଥିଲେ । ଓଡିଶାର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ବେଶ ପରିଚିତ ।