ନୟାଗଡ଼:ନିକଟରେ ସୋସିଆଲ ମିଡିଆରେ ନୟାଗଡର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥରେ ବିଦ୍ୟୁତ ବିଭାଗରେ ଚାକିରି ଦେବାକୁ ଜଣେ କର୍ମଚାରୀ ଲାଞ୍ଚ ନେଉଥିବା ଦେଖାଯାଇଥିଲା । ଯାହାକୁ ନେଇ ଏବେ ଜୋର ଧରିଛି ପ୍ରତିବାଦ । ଲାଞ୍ଚ କାରବାରକୁ ବିରୋଧ କରି ଘଟଣାରେ ସାମିଲ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଦ୍ୟୁତ ବିଭାଗରେ କାର୍ଯ୍ୟରତ କର୍ମଚାରୀ ।
ନୟାଗଡ଼ରେ ଚାକିରି ଦେବା ନାଁରେ ଚୂନ ଲଗାଉଛି ଠିକା ସଂସ୍ଥା l ଠିକା ସଂସ୍ଥାରେ ଚାକିରି ପାଇବାକୁ ହେଲେ ଦେବାକୁ ପଡୁଛି ମୋଟା ଅଙ୍କର ଟଙ୍କା l ନୟାଗଡ଼ ଜ଼ିଲ୍ଲାରେ ମିଟର ରିଡିଙ୍ଗ କାର୍ଯ୍ୟ କରିବା ପାଇଁ ଟାଟା କମ୍ପାନୀ ଠାରୁ ଷ୍ଟିଲିଙ୍ଗି କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି l ନିଯୁକ୍ତି ପାଇବା ଆଶା ରଖିଥିବା ପିଲାମାନଙ୍କୁ ଦେବାକୁ ପଡୁଛି 15 ହାଜରରୁ ୬୦ ହଜାର ଟଙ୍କା l ଚାକିରି ପାଇଁ ଟଙ୍କା ଦେବାକୁ ବାଧ୍ୟ କରାଯାଉଛି l