ନୟାଗଡ: ଜିଲ୍ଲାରେ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା l ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଆଜି ଏବଂ ଆସନ୍ତାକାଲି ନୟାଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ପାଣିପାଗ ବିଭାଗ ତରଫରୁ 4 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି l ନୟାଗଡ ଜିଲ୍ଲାକୁ ମଧ୍ୟ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ନୟାଗଡରେ ଲଗାଣ ବର୍ଷା, ଧାନ ଫସଲ ନଷ୍ଟ ହେବା ନେଇ ଚିନ୍ତିତ ଚାଷୀ - ନୟାଗଡରେ ଲଗାଣ ବର୍ଷା
ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ ।ରବିବାର ନୟାଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ଅଧିକ ପଢନ୍ତୁ...
ନୟାଗଡରେ ଲଗାଣ ବର୍ଷା, ଧାନ ଫସଲ ନଷ୍ଟ ହେବା ନେଇ ଚିନ୍ତିତ ଚାଷୀ
ଗତକାଲି (ଶୁକ୍ରବାର) ନୟାଗଡରୁ 38.0 ମିମି ବର୍ଷା ସଂଗ୍ରହ କରାଯାଇଛି l ଏହାର ପ୍ରଭାଵରେ ଏବେ ଧାନ ଫସଲ ନଷ୍ଟ ହେବାକୁ ଵସାଲାଣି l 2 ଦିନ ଧରି ଲଗାଣ ବର୍ଷାର ପ୍ରଭାଵରେ ଧାନ କିଆରିରେ ପାଣି ଭର୍ତ୍ତି ହୋଇ ରହିଛି l ଆହୁରି 2 ଦିନ ଧରି ପ୍ରବଳ ବର୍ଷିଵ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି l ତେଣୁ ପାଚିଲା ଧାନ ଫସଲ ନଷ୍ଟ ହେବା ଏକ ପ୍ରକାର ସୁନିଶ୍ଚିତ l ଏଥିପାଇଁ ଚିନ୍ତାରେ ଚାଷୀ l ଧାନ ଅମଳ ସମୟ ଲଘୁଚାପ ବର୍ଷା ଚାଷୀ ମନରେ ଆଣିଦେଇଛି ଛନକା ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ