ନୟାଗଡ଼: ଖଣି, ପାଣି, ଜମି, ଜଙ୍ଗଲ ସହ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ନୟାଗଡ଼ ଦଶପଲ୍ଲାରେ କଂଗ୍ରେସର ସତ୍ୟାଗ୍ରହ l ଏଥିରେ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ଦଶପଲ୍ଲାରେ ଚାଲିଥିବା ଖଣିମାଫିଆ ରାଜକୁ ତୀବ୍ର ବିରୋଧ କରିଛନ୍ତି l ଖଣି ମାଫିଆଙ୍କ ସହ ବିଜେଡି ହାଇପ୍ରୋଫାଇଲ ଲିଙ୍କ ଥିବା ଅଭିଯୋଗ କରିଛି କଂଗ୍ରେସ l
ପ୍ରାକୃତିକ ସମ୍ପଦ ସୁରକ୍ଷା ଦାବିରେ ଦଶପଲ୍ଲାରେ କଂଗ୍ରେସର ସତ୍ୟାଗ୍ରହ
ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ସ୍ବର ଉଠାଇଛି କଂଗ୍ରେସ । ଏନେଇ କ୍ରାଇମବ୍ରାଞ୍ଚ ସ୍ପେସିଆଲ ଟାସ୍କ ଫୋର୍ସ ଦ୍ବାରା ତଦନ୍ତ ଦାବି କରିଛି କଂଗ୍ରେସ । ଅଧିକ ପଢନ୍ତୁ..
କ୍ରାଇମବ୍ରାଞ୍ଚ ସ୍ପେସିଆଲ ଟାସ୍କ ଫୋର୍ସ ଦ୍ୱାରା ଏନେଇ ତଦନ୍ତ ଦାବି କରିଛି କଂଗ୍ରେସ l ଦଶପଲ୍ଲା ତହସିଲରେ ମାତିଛନ୍ତି ପଥର ଖଣି ମାଫିଆ l ଦିନ ଦ୍ବିପ୍ରହରରେ ଲୁଟ ହେଉଛି ପଥର , ଲଣ୍ଡା ହେଉଛି ପାହାଡ l ପଥରଖଣି ଲୁଟେରାଙ୍କୁ ଗିରଫ, ଚାଲିଥିବା ବେଆଇନ ବିସ୍ଫୋରଣ ବନ୍ଦ , ପଥର ବ୍ଳାଷ୍ଟିଂ ଅନୁମତି ରଦ୍ଧ, ପ୍ରାକୃତିକ ସମ୍ପଦ ସୁରକ୍ଷା ଏବଂ ଜନଜୀବନ ସ୍ୱାଭାବିକ ଦାବିରେ କଂଗ୍ରେସର ଦିନବ୍ୟାପୀ ଏହି ସତ୍ୟାଗ୍ରହ ଆୟୋଜିତ ହୋଇଥିଲା l
କଂଗ୍ରେସ ଦଳୀୟ କର୍ମୀମାନଙ୍କ ଏକ ଶୋଭାଯାତ୍ରାରେ ତ୍ରିନାଥ ଛକ ଠାରୁ ଦଶପଲ୍ଲା ତହସିଲ ଅଫିସକୁ ଯାଇଥିଲା l ତହସିଲ ଅଫିସ ସମ୍ମୁଖରେ ଧାରଣା ଦିଆଯିବା ସହ ତହସିଲଦାରଙ୍କୁ ଗିରଫ ଦାବି କରାଯାଇଛି l ପ୍ରଶାସନର ଅଧିକାରୀ ଜାଣିଶୁଣି ଖଣିମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି l ସେଥିପାଇଁ ଖଣି ମାଫିଆମାନେ ଦଶପଲ୍ଲାରେ ଅନାୟାସରେ ପ୍ରାକୃତିକ ସମ୍ପଦ ଲୁଟିବାରେ ଲାଗିଛନ୍ତି ବୋଲି ଅଭିଯୋଗ କରିଛି ଦଳ l କ୍ରାଇମବ୍ରାଞ୍ଚ ତଦନ୍ତ କରି ସମ୍ପୃକ୍ତ ମାଫିଆଙ୍କୁ ଗିରଫ କରିବାକୁ ଦାବି ଉଠିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ