ଓଡିଶା

odisha

ETV Bharat / state

ହିତାଧିକାରୀ ଖାଦ୍ୟ ଚାଉଳ ବଣ୍ଟନର ଗୁମର ଖୋଲିଲା କଂଗ୍ରେସ - ନୟାଗଡ କଂଗ୍ରେସ ପ୍ରେସମିଟ

ନୟାଗଡ ଜିଲ୍ଲାପାଳଙ୍କ ଜାଣତରେ ଯୋଗାଣ ଅଧିକାରୀ ମିଲର୍ସ ମାନଙ୍କୁ ଅନୁଗ୍ରହ ଦେଖାଇ ଜିଲ୍ଲାରେ ନିମ୍ନ ମାନର ଖାଦ୍ୟ ଚାଉଳ ବଣ୍ଟନର ଗୁମର ଖୋଲିଛି କଂଗ୍ରେସ । ଅଧିକ ପଢନ୍ତୁ...

ହିତାଧିକାରୀ ଖାଦ୍ୟ ଚାଉଳ ବଣ୍ଟନର ଗୁମର ଖୋଲିଛି କଂଗ୍ରେସ
ହିତାଧିକାରୀ ଖାଦ୍ୟ ଚାଉଳ ବଣ୍ଟନର ଗୁମର ଖୋଲିଛି କଂଗ୍ରେସ

By

Published : Jul 18, 2021, 10:23 AM IST

ନୟାଗଡ଼: ହିତାଧିକାରୀଙ୍କୁ ବଣ୍ଟନ ହେଉଥିବା ଚାଉଳରେ ଘୋଟାଲା ହୋଇଥିବା ଅଭିଯୋଗ କରିଛି ନୟାଗଡ଼ କଂଗ୍ରେସ । ନୟାଗଡ ଜିଲ୍ଲାପାଳଙ୍କ ଜାଣତରେ ଯୋଗାଣ ଅଧିକାରୀ ମିଲର୍ସ ମାନଙ୍କୁ ଅନୁଗ୍ରହ ଦେଖାଇ ଜିଲ୍ଲାରେ ନିମ୍ନ ମାନର ଖାଦ୍ୟ ଚାଉଳ ବଣ୍ଟନର ଗୁମର ଖୋଲିଛି କଂଗ୍ରେସ । ରାଜ୍ୟ ସରକାର ମିଲର୍ସ ମାନଙ୍କ ଠାରୁ ପୃଷ୍ଟିକର ଚାଉଳ କ୍ବିଣ୍ଟାଲ ପିଛା 3100 ଟଙ୍କା ଦେଇ କିଣୁଥିବା ବେଳେ ବାସ୍ତବରେ ମିଲର୍ସମାନେ ଜିଲ୍ଲାପାଳ ଏବଂ ଯୋଗାଣ ବିଭାଗ ସହ ସଲାସୁତୁରା ହୋଇ 15 ରୁ 18 ଟଙ୍କିଆ ଚାଉଳ ଯୋଗାଇ କୁଇଣ୍ଟାଲ ପିଛା ପ୍ରାୟ 1500 ଟଙ୍କାର ମୁନଫା ଉଠାଉଛନ୍ତି ।

ହିତାଧିକାରୀ ଖାଦ୍ୟ ଚାଉଳ ବଣ୍ଟନର ଗୁମର ଖୋଲିଛି କଂଗ୍ରେସ

ମିଲର୍ସ ମାନଙ୍କୁ ଏହି ଅନୁଗ୍ରହ ପଛରେ କୋଟିକୋଟି ଟଙ୍କାର ଡିଲ ହେଉଥିବା କଂଗ୍ରେସ ଅଭିଯୋଗ କରିଛି । ଜିଲ୍ଲାର 16 ଜଣ କଷ୍ଟମ ମିଲର୍ସ ଏଗ୍ରିମେଣ୍ଟ ଅନୁସାରେ ଅଦ୍ୟାବଧି 70% ଚାଉଳ ଯୋଗାଇବା ପରିବର୍ତ୍ତେ ମାତ୍ର 38% ଚାଉଳ ଦେଇଥିବା ସତ୍ୱେ ଜିଲ୍ଲାପାଳ ମିଲର୍ସ ମାନଙ୍କୁ କୌଣସି କାରଣ ଦର୍ଶାଅ ନୋଟିସ ଜାରି କରିନଥିବା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ମିଲର୍ସ ମାନଙ୍କ ନିଜସ୍ୱ ମାଲିକାନା ଗୋଦାମକୁ ଜିଲ୍ଲା ଯୋଗାଣ ବିଭାଗ ଭଡା ସୁତ୍ରରେ ନେଇଥିବାରୁ ସେହି ଗୋଦାମ ନିମ୍ନମାନର ଚାଉଳ ରଖାଯାଉଛି ।

କିନ୍ତୁ ରାଜ୍ୟ ପଣ୍ୟଗାର/ଗୋଦାମରେ ଉପଯୁକ୍ତ ମାନର ତନଖି କରାଯାଇ ଚାଉଳ ମହଜୁଦ ରଖାଯାଉଥିବା ବ୍ୟବସ୍ଥା ଥିଲେ ମଧ୍ୟ ତାହାକୁ ବ୍ୟବହାର ଉପଯୋଗୀ କରାଯାଉ ନାହିଁ। ତେଣୁ ମିଲର୍ସ ମାନଙ୍କ ବେଆଇନ ଗୋଦାମ ଗୃହ ଏଗ୍ରିମେଣ୍ଟ ବାତିଲ ଦାବିରେ ଜିଲ୍ଲା କଂଗ୍ରେସ ଆସନ୍ତା 23 ତାରିଖରେ ଗୋଟିସାହି ମିଲର୍ସ ଗୋଦାମ ଆଗରେ ଧାରଣା ଦେବ । ଜିଲ୍ଲାବାସୀଙ୍କୁ ପୃଷ୍ଟିକର ଚାଉଳ ଯୋଗାଇବା ପାଇଁ ଜିଲ୍ଲା କଂଗ୍ରେସ ଦାବି କରିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details