ନୟାଗଡ : ବନ୍ଦ ହୋଇପଡିଛି ନୟାଗଡ଼ ଆଖୁ ଚାଷୀଙ୍କ ମେରୁଦଣ୍ଡ କୁହାଯାଉଥିବା ଚିନି କଳ l ଏହାକୁ ଖୋଲିବାକୁ କାହାର ନିଘା ନାହିଁ l ୧୯୮୮ ମସିହାରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ସ୍ଥାପିତ ହୋଇଥିଲା l ସରକାର ଶିଳ୍ପକୁ ଚଲେଇବାରେ ଅସମର୍ଥ ହୋଇଛନ୍ତି l ସେଥିପାଇଁ ବିଭିନ୍ନ ସମୟରେ କଂଗ୍ରେସ ବ୍ୟତୀତ ସରକାରମାନେ ଏହି ଚିନିକଳର ମାଲିକାନାକୁ ସମବାୟ ବିଭାଗ ହାତରୁ କାଢି ଘରୋଇକରଣ କରି ଆସିଛନ୍ତି l 2004 ମସିହାରେ ରାଜ୍ୟର ବିଜେଡି-ବିଜେପି ମେଣ୍ଟ ସରକାର ଜିଲ୍ଲାର ହଜାର ହଜାର ଆଖୁଚାଷୀଙ୍କ ଜୀବନରେଖା ପାଲଟିଥିବା ଏହି ସମବାୟ ଚିନିଶିଳ୍ପକୁ ଶାଗମାଛ ଦରରେ ବିକ୍ରି କରିଥିବା ଅଭିଯୋଗ ହୋଇଛି l
ମେଣ୍ଟ ସରକାରରେ ସମବାୟ ବିଭାଗ ବିଜେପି ହାତରେ ଥିଲା । ତତ୍କାଳୀନ ରଣପୁର ବିଧାୟିକା ସୁରମା ପାଢ଼ୀ ସମବାୟ ମନ୍ତ୍ରୀ ଦାୟିତ୍ବରେ ଥିଲେ l ତେଣୁ ଆଜି ଯେଉଁ ପ୍ରଶ୍ନ ଉଠୁଛି ନୟାଗଡ ଚିନିକଳ ମାଲିକ କିଏ? ଏହି ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ସ୍ପଷ୍ଟ କରନ୍ତୁ କେଉଁ କାରଣରୁ ଆଉ କାହା ସ୍ବାର୍ଥରେ ପ୍ରାୟ ୫0 କୋଟି ଟଙ୍କାର ଚିନିକଳକୁ ମାତ୍ର ୫ କୋଟି ଟଙ୍କାରେ ବିକ୍ରି କରିବା ପାଇଁ ତତ୍କାଳୀନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ ସୁପାରିଶ କରିଥିଲେ ବୋଲି କଂଗ୍ରେସ କହିଛି l ଆଉ ଏଥିପାଇଁ କେତେ କୋଟିଟଙ୍କା ରାଜ୍ୟ ବିଜେପି ଦଳ ଚାନ୍ଦା ପାଇଛି ଯେ, ଚିନିକଳ କିଣିଥିବା ତ୍ରୈଲୋକ୍ୟ ମିଶ୍ରଙ୍କୁ ୫ କୋଟି ୨୨ ଲକ୍ଷ ପୈଠ କରିବା ପାଇଁ ୫ ବର୍ଷ ସମୟ ଦିଆ ଯାଇଥିଲା ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି । ଏହାସହ ଏହି ଚିନିକଳକୁ ବନ୍ଧା ପକାଇ ୟୁକୋ ବ୍ୟାଙ୍କରୁ ୨୨ କୋଟି ଟଙ୍କା ଋଣ ନେବା ପାଇଁ ମୁଖ୍ୟଙ୍କୁ ସମବାୟ ବିଭାଗ NOC ଦେଇଦେଲା ତାର ଉତ୍ତର ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ନୟାଗଡ଼ ଜିଲ୍ଲାବାସୀଙ୍କୁ ଉତ୍ତର ଦିଅନ୍ତୁ l