ଓଡିଶା

odisha

ETV Bharat / state

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି: ୭୫ କିମି ପଦଯାତ୍ରା କରିବ କଂଗ୍ରେସ - କଂଗ୍ରେସ ପଦଯାତ୍ରା

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ବ୍ୟାପି ୭୫ କିମି ପଦଯାତ୍ରା କରିବେ କଂଗ୍ରେସ କର୍ମୀ । ୯ ଅଗଷ୍ଟରେ ନୟାଗଡ ଜିଲ୍ଲା ଶରଣକୁଳ ଲଡ଼ୁବାବା ପୀଠରୁ ଶୁଭାରମ୍ଭ ହେବ ପଦଯାତ୍ରା । ଅଧିକ ପଢନ୍ତୁ

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି: ୭୫ କିମି ପଦଯାତ୍ରା କରିବ କଂଗ୍ରେସ
ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି: ୭୫ କିମି ପଦଯାତ୍ରା କରିବ କଂଗ୍ରେସ

By

Published : Aug 4, 2022, 9:57 AM IST

ନୟାଗଡ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ବ୍ୟାପି ୭୫ କିମି ପଦଯାତ୍ରା କରିବେ କଂଗ୍ରେସ କର୍ମୀ । ୯ ଅଗଷ୍ଟରେ ନୟାଗଡ ଜିଲ୍ଲା ଶରଣକୁଳ ଲଡ଼ୁବାବା ପୀଠରୁ ଶୁଭାରମ୍ଭ ହେବ ପଦଯାତ୍ରା । ୧୦ ତାରିଖରେ ପଦଯାତ୍ରାରେ ସାମିଲ ହେବେ ପିସିସି ସଭାପତି । ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶକୁ ଇଂରେଜ କବଳରୁ ସ୍ବାଧିନ କରିବା ପାଇଁ କଂଗ୍ରେସ ବଳିଦାନ ସ୍ମୃତିରେ ଜିଲ୍ଲା ବ୍ୟାପି ୭୫ କିମି ପଦଯାତ୍ରା କରିବେ କଂଗ୍ରେସ କର୍ମୀ । ଏନେଇ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଜିଲ୍ଲା ପର୍ଯ୍ୟବେକ୍ଷକ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର,ପିସିସି ସମ୍ପାଦକ ହୁସେନ ଖାଁଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ । ଅଗଷ୍ଟ ୯ କ୍ରାନ୍ତି ଦିବସ ଦିନ ଶରଣକୁଳ ଲଡ଼ୁବାବା ମନ୍ଦିର ଠାରୁ ଦଳୀୟ କର୍ମୀ ପଦଯାତ୍ରାରେ ଯାଇ ଗୋଡିପଡା ସ୍ଥିତ ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ଶ୍ରୀଧର ଦାଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି l ୧୦ ତାରିଖ ଦିନ ନୟାଗଡ ଜଗନ୍ନାଥ ମନ୍ଦିର ଠାରୁ ପଦଯାତ୍ରା କାର୍ଯ୍ୟକ୍ରମକୁ ପିସିସି ସଭାପତି ଶରତ ପଟ୍ଟନାୟକ ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି ।

ଏହି ପଦଯାତ୍ରା ନୟାଗଡ ସହର ପରିକ୍ରମା କରି ଖୁଣ୍ଟୁବନ୍ଧ କଲୁଆଷଣ୍ଢ ଯାତ୍ରା ପଡିଆ ପର୍ଯ୍ୟନ୍ତ ଯିବ l ସେହିପରି ୧୧ ତାରିଖ ରେ ନୂଆଗାଁ ବ୍ଲକ, ୧୨ରେ ରଣପୁର ଠାରେ ରଘୁଦିବାକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପଦଯାତ୍ରା ଗୋପାଳପୁର ଯାଏଁ ଯିବ । ୧୩ ତାରିଖ ରେ ଖଣ୍ଡପଡା ବ୍ଲକ ଏବଂ ୧୪ ତାରିଖରେ ଦଶପଲ୍ଲା ମହାବୀର ମନ୍ଦିରରେ ପୂଜାର୍ଚ୍ଚନା କରି ପଦଯାତ୍ରା କରି ପଦଯାତ୍ରା କାର୍ଯ୍ୟକ୍ରମ ଉଦଯାପନ କରାଯିବ ବୋଲି ଚୂଡାନ୍ତ କରାଯାଇଛି l ଏହାରି ମଧରେ ଗଣିଆ ଏବଂ ଭାପୁର ବ୍ଲକରେ ପଦଯାତ୍ରା କରାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି l ଜିଲ୍ଲାର ଚାରିଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଭାବେ ନୟାଗଡ ସରୋଜ ପରିଡା, ଖଣ୍ଡପଡା ହୁସେନ ଖାଁ, ରଣପୁର କମଳ ଚରଣ ସାହୁ ଏବଂ ଦଶପଲ୍ଲା ପାଇଁ ବସନ୍ତ ମହାରଣାଙ୍କ ସମେତ ଚାରିଜଣ ଲେଖାଏଁ ସହଯୋଗୀ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି l

ଇଟିଭି ଭାରତ,ନୟାଗଡ଼

ABOUT THE AUTHOR

...view details