ଓଡିଶା

odisha

ETV Bharat / state

ସ୍ଵାତୀ ନିଖୋଜ ଘଟଣା: ପରିବାରକୁ ଭେଟିଲା କଂଗ୍ରେସ - nayagarh news

ସ୍ବାତୀର ନିଖୋଜ ଘଟଣାକୁ ନେଇ ସରଗରମ ରାଜନୀତି । ସ୍ଵାତୀର ପରିବାକୁ ଭେଟିଲା କଂଗ୍ରେସ । ଅଧିକ ପଢନ୍ତୁ...

congress meet swati's family today in nayagarh
ସ୍ଵାତୀ ନିଖୋଜ ଘଟଣା :ପରିବାରକୁ ଭେଟିଲା କଂଗ୍ରେସ

By

Published : Dec 14, 2020, 2:23 PM IST

ନୟାଗଡ: ତିନିବର୍ଷର ଶିଶୁକନ୍ୟା ସ୍ବାତୀର ନିଖୋଜ ଘଟଣାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି l ପ୍ରଥମେ ବିଜେଡି, ପରେ ବିଜେପି ଓ ରବିବାର ସନ୍ଧ୍ୟାରେ ସିପିଆଇଏମର ନେତୃବୃନ୍ଦ ସ୍ଵାତି ପରିବାରକୁ ଭେଟିଛନ୍ତି l ଆଜି (ସୋମବାର) ନୟାଗଡ଼ କଂଗ୍ରେସର ଏକ ଟିମ ସ୍ଵାତି ପରିବାରକୁ ଭେଟି ପୁରା ଘଟଣାକ୍ରମ ବିଷୟରେ ଆଲୋଚନା କରିଛନ୍ତି l ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାଶଙ୍କ ନେତୃତ୍ବରେ କଂଗ୍ରେସର ଏକ ଟିମ ପହଞ୍ଚିଥିଲା ସ୍ଵାତୀ ଗାଁରେ l ସ୍ଵାତି ବାପା ମା'ଙ୍କ ସହ ଆଲୋଚନା କରିବା ସହ ସନ୍ଦେହ କରାଯାଉଥିବା ପୋଖରୀ ତୁଠକୁ ଯାଇ ଓଡ୍ରାଫ ଟିମ ସହ ମଧ୍ୟ ଆଲୋଚନା କରିଥିଲେ l

ସ୍ଵାତୀ ନିଖୋଜ ଘଟଣା :ପରିବାରକୁ ଭେଟିଲା କଂଗ୍ରେସ

ସ୍ଵାତି ଘଟଣାକୁ କଂଗ୍ରେସ ଗମ୍ଭୀରତାର ସହ ଗ୍ରହଣ କରିଛି l ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଏ ବିଷୟରେ ଆଲୋଚନା କରିବେ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାଶ l କଂଗ୍ରେସର ଏହି ଟିମରେ ଯୁବ ନେତା ପ୍ରତୀକ ମହାପାତ୍ର ପ୍ରମୁଖ ସାମିଲ ଥିଲେ l ସୂଚନା ଯେ, ରଣପୁର ଥାନା ଅଧିନ ନରେନ୍ଦ୍ରପୁର ପଞ୍ଚାୟତ ବଧିପାଟଣାର ସଞ୍ଜୟ କୁମାର ସାହୁ ଏବଂ ସବିତା ସାହୁ ଙ୍କ ୩ବର୍ଷ ର ଶିଶୁ କନ୍ୟା ହରପ୍ରିୟା ସାହୁ (ସ୍ଵାତି ) ନିଖୋଜ ରହିଛି l ଶୁକ୍ରବାର ଅପରାହ୍ନ 3 ଟାରେ ଦାଣ୍ଡକୁ ଖେଳିବାକୁ ଯାଇଥିଲେ ସ୍ଵାତୀ l ମାତ୍ର ଆଉ ଘରକୁ ଫେରି ନଥିଲେ l ବହୁ ଖୋଜାଖୋଜି କଲା ପରେ ବିଫଳ ହେବାରୁ ଏ ନେଇ ପରିବାର ପକ୍ଷରୁ ରାଜସୁନାଖଳା ଫାଣ୍ଡିରେ ଝିଅ ନିଖୋଜ ଥିବା ନେଇ ଏକ ଅଭିଯୋଗ କରିଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details