ନୟାଗଡ଼: ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କଂଗ୍ରେସ । ଜିଲ୍ଲାରେ ଚାଲିଥିବା ଦୁର୍ନୀତିର କାର୍ପଟଦାର ଜିଲ୍ଲାପାଳ ବୋଲି ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ଜିଲ୍ଲାପାଳ ଡଃ ପୋମା ଟୁଡୁ ଶାସକ ଦଳ ପ୍ରଭାବରେ ନିଜେ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ ବଦଳି ଦାବିରେ ଏହି ଆନ୍ଦୋଳନ କରିଛି କଂଗ୍ରେସ । ପୂର୍ବରୁ ଏନେଇ ସୂଚନା ଦେଇଥିଲା ଜିଲ୍ଲା କଂଗ୍ରେସ ।
ଜିଲ୍ଲାପାଳଙ୍କ ବଦଳି ଦାବିରେ କଂଗ୍ରେସର ବିକ୍ଷୋଭ - nayagarh congress protest demanding replacement of collector
କ୍ରାନ୍ତି ଦିବସରେ କ୍ରାନ୍ତି କଲା କଂଗ୍ରେସ। ଜିଲ୍ଲାପାଳଙ୍କ ବଦଳି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ନୟାଗଡ଼ କଂଗ୍ରେସ । ଅଧିକ ପଢନ୍ତୁ...
ଅଗଷ୍ଟ 9 ତାରିଖ କ୍ରାନ୍ତି ଦିବସରେ ଦଳୀୟ କର୍ମକର୍ତ୍ତାମାନେ ସ୍ଥାନୀୟ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରୁ ଜିଲ୍ଲାପାଳଙ୍କ ବଦଳି ଦାବିରେ ଲଣ୍ଠନ ଧରି ଶୋଭାଯାତ୍ରାରେ ଆସିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପାଟିରେ କଳାପଟି ବାନ୍ଧି ପହଞ୍ଚିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ଜିଲ୍ଲାରେ ପ୍ରଶାସନିକ ଅବ୍ୟବସ୍ଥା, ପ୍ରାକୃତିକ ସମ୍ପଦର ଅସୁରକ୍ଷିତତା, ବେଆଇନ ଷ୍ଟୋନ କ୍ରସରକୁ ଅହେତୁକ ଅନୁକମ୍ପା, ୨୦୦ କୋଟି ମନରେଗା ପାଣ୍ଠି ଦୁର୍ନୀତି ଇତ୍ୟାଦି ପ୍ରସଙ୍ଗରେ କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାସଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ବଦଳି ଦାବିରେ ଆନ୍ଦୋଳନ କରିଛି କଂଗ୍ରେସ l ତୁରନ୍ତ ବଦଳି ନହେଲେ କଂଗ୍ରେସ ନବୀନ ନିବାସ ଘେରାଉ କରିବାର ଚେତାବନୀ ଦେଇଛନ୍ତି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ