ନୟାଗଡ଼: ନୟାଗଡ ନାବାଳିକା ନ୍ୟାୟ ଦାବିରେ ଗୁରୁବାର ବିଜେପି ରାଜ୍ୟ ପ୍ରଭାରୀ ଡ଼ି ପୁରନ୍ଦେଶ୍ଵରୀ ନୟାଗଡ଼ ଦକ୍ଷିଣକାଳୀ ମନ୍ଦିରରେ କର୍ମୀମାନଙ୍କ ସହ ଦୀପ ଜାଳିଥିଲେ l ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଏବଂ ସିବିଆଇ ତଦନ୍ତ ଦାବି କରିଥିଲେ l ଏହାକୁ ନେଇ ସମାଲୋଚନା କରିଛନ୍ତି ନୟାଗଡ଼ କଂଗ୍ରେସ ସଭାପତି ରଞ୍ଜିତ ଦାଶ l
'ଦୀପ ଜାଳିଦେଲେ ସିବିଆଇ ତଦନ୍ତ ହେଇଯିବନି କି ପରୀକୁ ନ୍ୟାୟ ମିଳି ଯିବନି' - ବହୁ ଚର୍ଚ୍ଚିତ ନୟାଗଡା ପରୀ ହତ୍ୟାକାଣ୍ଡ
ନୟାଗଡ ନାବାଳିକା ଘଟଣାରେ ବିଜେପି ଉପରେ ବର୍ଷିଲେ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାଶ । ସିବିଆଇ ତଦନ୍ତ ବାହାନା ଦେଖାଇ ବିଜେପି ରାଜନୀତି କରିବା ବନ୍ଦ କରୁ । ଅଧିକ ପଢନ୍ତୁ:
'ଦୀପ ଜାଳିଦେଲେ ସିବିଆଇ ତଦନ୍ତ ହେଇଯିବନି କି ପରୀକୁ ନ୍ୟାୟ ମିଳି ଯିବନି'
ସେ କହିଛନ୍ତି ଯେ, ମନ୍ଦିରରେ ଦୀପ ଜାଳି ଦେଲେ ଯେ ସିବିଆଇ ତଦନ୍ତ ହେଇଯିବ ତାହା ମୋର ବିଶ୍ବାସ ହେଉନି l ବିଜେପି କେନ୍ଦ୍ରରେ ସରକାର ଅଛି l ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଚାହିଁଲେ ସିବିଆଇ ତଦନ୍ତ ହୋଇପାରନ୍ତା l ବିଜେପି କେନ୍ଦ୍ରକୁ ଦାବି ପତ୍ର ଦେଉ । ନୟାଗଡ଼ରେ ଚାଲିଥିବା ରିଲେ ଧାରଣା କାହିଁକି ବନ୍ଦ ହେଲା ବୋଲି ପ୍ରଶ୍ନ କରିଛନ୍ତି l ସିବିଆଇ ତଦନ୍ତ ବାହାନା ଦେଖାଇ ବିଜେପି ରାଜନୀତି କରିବା ବନ୍ଦ କରୁ ବୋଲି କହିଛନ୍ତି ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାଶ l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ