ଓଡିଶା

odisha

ETV Bharat / state

ବାଲ୍ୟ ବିବାହ ମୁକ୍ତ ଅଭିଯାନ, ଜାତି ମୁଖିଆଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ - ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଗଠନ କରିବାକୁ ଲକ୍ଷ୍ୟ

ନୟାଗଡ଼ ଜିଲ୍ଲାରୁ ବାଲ୍ୟ ବିବାହ ମୁକ୍ତ କରିବା ପ୍ରୟାସ ନେଇ ଜାତି ମୁଖିଆଙ୍କୁ ଜିଲ୍ଲାସ୍ତରରେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ଜିଲ୍ଲାପାଳ ସମ୍ମାନିତ କରିଛନ୍ତି । ଅଧିକ ପଢ଼ନ୍ତୁ

collector honored to community head for child marriage free campaign in nayagarh
ବାଲ୍ୟ ବିବାହ ମୁକ୍ତ ଅଭିଯାନ, ଜାତି ମୁଖିଆଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ

By

Published : Oct 15, 2022, 12:07 PM IST

ନୟାଗଡ଼: ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଗଠନ କରିବାକୁ ଲକ୍ଷ୍ୟ । ନୟାଗଡ଼ରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ନିଜ ନିଜ ଜାତି ସମାଜ ତରଫରୁ ଘୋଷଣା କରିଥିବା ଜାତି ମୁଖିଆଙ୍କୁ ଜିଲ୍ଲାସ୍ତରରେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ଜିଲ୍ଲାପାଳ ସମ୍ମାନିତ କରିଛନ୍ତି । ନୟାଗଡ଼ ବ୍ଲକ କାର୍ଯ୍ୟାଳୟର ମିଟିଂ ହଲରେ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜାତି ସମାଜ ମୁଖିଆଙ୍କର ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ବାଲ୍ୟ ବିବାହ ମୁକ୍ତ ଅଭିଯାନ, ଜାତି ମୁଖିଆଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ

ବାଲ୍ୟବିବାହ ଭଳି ଏକ ଧର୍ତ୍ତବ୍ୟ ଦଣ୍ଡନୀୟ ଅପରାଧ ଓ କୁପ୍ରଥାକୁ ଜିଲ୍ଲାରେ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ଆରମ୍ଭ କରାଯାଇଥିବା ପ୍ରୟାସକୁ ସଫଳ କରିବାକୁ ସମସ୍ତ ଜାତି ମୁଖିଆଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସମାଜ ପାଇଁ ମହତ କାର୍ଯ୍ୟ କରୁଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଜାତି ସମାଜକୁ ଧନ୍ୟବାଦ ଦେଇଥିଲେ । “ଅଲିଭା ,ବାଲ୍ୟ ବିବାହକୁ ନା’ ଅଭିଯାନକୁ ଜିଲ୍ଲାରେ ସୁଦୃଢ଼ କରିବାକୁ ମଧ୍ୟ ଆହ୍ବାନ ଦେଇଥିଲେ ।

ବାଲ୍ୟବିବାହକୁ ରୋକିବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ପଦକ୍ଷେପ “ଅଲିଭା ରେଜିଷ୍ଟର” ଜାରିକୁ ସଠିକ ଭାବେ ଅନୁସରଣ କରିବା ପାଇଁ ଉପସ୍ଥିତ ବାଲ୍ୟବିବାହ ନିଷେଧ ଅଧିକାରିଣୀ (ସିଡିପିଓ), ସୁପର ଭାଇଜର, ଜିଲ୍ଲା ଅଧିକାରୀ ଓ ଜାତି ମୁଖିଆଙ୍କୁ ପରାମର୍ଶ ଦେଇଥିଲେ । ଶିଶୁ ସୁରକ୍ଷା, ଶିଶୁର ଅଧିକାର,ବାଲ୍ୟବିବାହର କାରଣ ଏହାର ବିପଦ ଏବଂ ଏହାର ନିରାକରଣ ପାଇଁ ଆଇନ ସହାୟତା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ:ବାଲ୍ୟ ବିବାହ ମୁକ୍ତ ରାଜ୍ୟ ହେବ ଓଡ଼ିଶା, ସ୍ବତନ୍ତ୍ର ଗାଇଡଲାଇନ ଜାରି

ଜାତି ମୁଖିଆମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଓ ପ୍ରଶାସନିକ ସହାୟତା ସମ୍ପର୍କରେ ଅବଗତ କରିଥିଲେ । ଜିଲ୍ଲାପାଳ ନିଜ ନିଜ ଜାତି ସମାଜ ତରଫରୁ ଘୋଷଣା କରଥିବା ୮ଟି ଜାତି ସମାଜର ମୁଖିଆଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ଉପସ୍ଥିତ ଜାତି ମୁଖିଆ, ସମସ୍ତ ସରକାରୀ ଅଧିକାରୀମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ବାଲ୍ୟବିବାହ ନିଷେଧ ପାଇଁ ଶପଥ ପାଠ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତଥିଲେ ।

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details