ଓଡିଶା

odisha

ETV Bharat / state

ରଥ କାଠ ସଂଗ୍ରହ: ଆଜ୍ଞାମାଳ ଧରି ନୟାଗଡ଼ ପହଞ୍ଚିଲା ଶ୍ରୀମନ୍ଦିର ପ୍ରଶାସନ - Lord jagannath chariot

ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆଜ୍ଞା ମାଳ ଧରି ନୟାଗଡ଼ରେ ପହଞ୍ଚିଲେ ପୁରୀ ଶ୍ରୀ ମନ୍ଦିର ପ୍ରଶାସନର 5 ଜଣିଆ ପ୍ରତିନିଧି ଦଳ । ଏନେଇ ନୟାଗଡ଼ ବନଖଣ୍ଡ ପକ୍ଷରୁ ସେମାନଙ୍କୁ ସ୍ଵାଗତ କରାଯାଇଥିଲା । ଅଧିକ ପଢନ୍ତୁ...

ରଥପାଇଁ କାଠ ସଂଗ୍ରହ: ଆଜ୍ଞାମାଳ ଧରି ନୟାଗଡ଼ ପହଞ୍ଚିଲା ଶ୍ରୀମନ୍ଦିର ପ୍ରଶାସନ
ରଥପାଇଁ କାଠ ସଂଗ୍ରହ: ଆଜ୍ଞାମାଳ ଧରି ନୟାଗଡ଼ ପହଞ୍ଚିଲା ଶ୍ରୀମନ୍ଦିର ପ୍ରଶାସନ

By

Published : Jan 12, 2021, 3:05 PM IST

ନୟାଗଡ଼: ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆଜ୍ଞା ମାଳ ଧରି ନୟାଗଡ଼ରେ ପହଞ୍ଚିଲେ ପୁରୀ ଶ୍ରୀ ମନ୍ଦିର ପ୍ରଶାସନର 5 ଜଣିଆ ପ୍ରତିନିଧି ଦଳ । ନୟାଗଡ଼ରେ ଏହି ପ୍ରତିନିଧି ଦଳ ପହଞ୍ଚିବା ପରେ ନୟାଗଡ଼ ବନଖଣ୍ଡ ପକ୍ଷରୁ ସେମାନଙ୍କୁ ସ୍ଵାଗତ କରାଯାଇଥିଲା l ଆଜି(ମଙ୍ଗଳବାର) ସକାଳୁ ଶ୍ରୀ ମନ୍ଦିର ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳ ଗଣିଆ ବ୍ଲକର ବଡ଼ମୂଳ ଅଭିମୁଖେ ଯାତ୍ରା କରିଥିଲେ l ଏଥିପାଇଁ ନୟାଗଡ଼ ବନଖଣ୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା l

ରଥପାଇଁ କାଠ ସଂଗ୍ରହ: ଆଜ୍ଞାମାଳ ଧରି ନୟାଗଡ଼ ପହଞ୍ଚିଲା ଶ୍ରୀମନ୍ଦିର ପ୍ରଶାସନ

ବଡ଼ମୂଳର ମା ବଡ଼ରାଉଳ ଠାକୁରାଣୀଙ୍କ ପାଖରେ ମହାପ୍ରଭୁଙ୍କ ଆଜ୍ଞା ମାଳ ପୂଜାର୍ଚ୍ଚନା କରାଯିବା ସହ ହୋମ ଯଜ୍ଞ କରାଯିବ, ଏବଂ ପରେ ପର୍ଯ୍ୟାୟକ୍ରମେ ଦଶପଲ୍ଲା ବନାଞ୍ଚଳରୁ ଚଳିତ ବର୍ଷ ପୁରୀ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଗଛ କଟା କାର୍ଯ୍ୟର ଶୁଭାରମ୍ଭ ହେବ l ଏଥିପାଇଁ ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କୁ ଧଉରା ,ଆସନ ଫାଶି ଓ ଶିମିଳି ଭଳି 796 ଖଣ୍ଡ କାଠ ଯୋଗାଇବା ନିର୍ଦ୍ଦେଶ ରହିଥିବା ନୟାଗଡ଼ ବନଖଣ୍ଡ ଅଧିକାରୀ କହିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details