ନୟାଗଡ଼:ରାଜ୍ୟରେ ଜାରି ରହିଛି ଶୀତର ଲହରୀ l ଏହା ସାଙ୍ଗକୁ ଜାଡ଼ରେ ଧରୁଛି ସାରା ଓଡ଼ିଶା l ବନ ଜଙ୍ଗଲ ଘେରା ଅଞ୍ଚଳ ମାନଙ୍କରେ ଶୀତର ପ୍ରଭାବ ବେଶ ଅଧିକ ରହୁଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗ୍ରାମରେ ଅସହ୍ୟ ଶୀତ ହେଉଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ଜିଲ୍ଲାରେ ଗତ କିଛି ଦିନ ହେଲା ଥଣ୍ତା ବଢିବାରେ ଲାଗିଛି l ଦଶପଲ୍ଲା ଏକ ପାହାଡ଼ିଆ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବାରୁ ଏଠାରେ ଶୀତ ପ୍ରଭାବ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ସକାଳ 9ଟା ନହେଲେ ଲୋକେ ଘରୁ ବାହାରି ପାରୁନାହାଁନ୍ତି l ଚାରିଆଡ଼େ କୁହୁଡ଼ି ଯୋଗୁଁ ରାସ୍ତା ଘାଟ କିଛି ଦେଖା ଯାଉନାହିଁ। ଏଥିସହ ଶୀତରୁ ରକ୍ଷା ପାଇବା ପାଇଁ ଛୋଟରୁ ବୃଦ୍ଧ ଯାଏ ସମସ୍ତେ ନିଆଁର ଉଷ୍ମତା ନେଉଛନ୍ତି l ସେପଟେ ସକାଳୁ ଚା ଦୋକାନରେ ଲୋକେ ଭିଡ଼ ଜମାଉଛନ୍ତି। ସଞ୍ଜ ନଇଁବା କ୍ଷଣି ଶୀତ ମାଡ଼ି ଆସିବା ଫଳରେ ଜନଜୀବନ ବେଶ ପ୍ରଭାବିତ ହେଉଛି ।