ନୟାଗଡ: ଜିଲ୍ଲାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ 3ଟି ଗାଁରେ କିଛିଦିନ ହେବ ସ୍ଥାନୀୟ ଜଙ୍ଗଲ ଜମିକୁ ନେଇ ବିବାଦ ଲାଗିରହିଛି। ଏନେଇ 3 ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ସୂଚନା ମୁତାବକ ଗତ 2015 ମସିହାରେ ଗ୍ରାମ୍ୟ ଜଙ୍ଗଲ ପାଇଁ ଦଶପଲ୍ଲା ରେଞ୍ଜ ବାଣୀଗୋଛା ବନାଞ୍ଚଳ ଅଧିନରେ ଥିବା ବ୍ରହ୍ମଣୀଦେଇ ଓ ରୁଗୁମା ପାହାଡକୁ ବାଣୀବିରି ଓ ଜାଣିପଦର ଦୁଇ ଗ୍ରାମ ଏକ ଜଙ୍ଗଲ ସୁରକ୍ଷା କମିଟି ଗଠନ କରି ଦୀର୍ଘ ଦିନ ହେବ ସୁରକ୍ଷା ଦେଉଛନ୍ତି। ଗୁରୁହା ଗ୍ରାମର ଏକାଧିକ ମହିଳା ଓ ପୁରୁଷ ଉକ୍ତ ଜଙ୍ଗଲକୁ ଟାଙ୍ଗିଆ କଟୁରି ସାଙ୍ଗରେ ନେଇ ପସିଥିଲେ। କିଛି ସମୟ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ କରି ୩ହଳ କାଠ ନେଇଯାଇଥିଲେ l 3 ଗୋଟି ଗ୍ରାମ ମଧ୍ୟରେ ଗ୍ରାମ୍ୟଜଙ୍ଗଲକୁ ନେଇ ଉଭୟ ପକ୍ଷରୁ ମୁହାଁମୁହିଁ ପରିସ୍ଥିତି ହେବାସହ ଉତ୍ତେଜନା ଦେଖାଦେଇଥିଲା।
ଜଙ୍ଗଲ ଜମିକୁ ନେଇ ବିବାଦ, 3 ଗ୍ରାମବାସୀ ମୁହାଁମୁହିଁ - nayagarh news
ଦଶପଲ୍ଲା ବ୍ଲକ ଅନ୍ତର୍ଗତ 3ଟି ଗ୍ରାମରେ ଥମୁନି ଜଙ୍ଗଲଜମି ବିବାଦ । ଅନେକ ସମୟରେ ଗ୍ରାମ୍ୟଜଙ୍ଗଲକୁ ନେଇ ଉଭୟ ପକ୍ଷରୁ ମୁହାଁମୁହିଁ ପରିସ୍ଥିତି ହେବାସହ ଉତ୍ତେଜନା ଦେଖିବାକୁ ମିଳୁଛି। ଅଧିକ ପଢନ୍ତୁ...
ଜଙ୍ଗଲ ଜମିକୁ ନେଇ ବିବାଦ, 3 ଗ୍ରାମବାସୀ ମୁହାଁମୁହିଁ
ପୁଣିଥରେ 2021 ମସିହାରେ ଗ୍ରାମ୍ୟଜଙ୍ଗଲ ବିଭାଜନ ହେଲା ପରେ ମଧ୍ୟ ଏଥିରେ ସନ୍ତୁଷ୍ଟ ନଥିଲେ ଦୁଇ ଗ୍ରାମବାସୀ। ସମୁଦାୟ 56 ଏକର ଗ୍ରାମ୍ୟ ଜଙ୍ଗଲ ପ୍ରକୃତରେ କାହା ଅଧୀନରେ ଯାଉଛି ତାହାକୁ ନେଇ ଅସନ୍ତୋଷ ବଢୁଛି। ବାରମ୍ବାର ପ୍ରତିବର୍ଷ ଜଙ୍ଗଲରୁ ଗଛ ହାଣି ଜାଳେଣି ପାଇଁ କାଠ ନେବାସମୟରେ 3 ଗାଁ ମଧ୍ୟରେ ମୁହାଁମୁହିଁ ହେଉଥିବା ଦେଖାଯାଉଛି। ଘଟଣା ସ୍ଥଳରେ ବାଣିଗୋଛା ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବି ହେଉଛି।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ