ନୟାଗଡ଼: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଏୟାରପୋର୍ଟରେ ଅଟକାଇ ଚର୍ଚ୍ଚାରେ ଓଡ଼ିଆ ଯବାନ l ନିଜ କର୍ତ୍ତବ୍ୟ ଆଗରେ ବାଦ ପଡ଼ିଲେନି ସୁପରଷ୍ଟାର ସଲମାନ l ନିୟମ ସମସ୍ତଙ୍କ ପାଇଁ ସମାନ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ଆଉ ଜଣେ ଓଡିଆ ଯବାନ । ସମସ୍ତଙ୍କ ପରି ଅଭିନେତା ସଲମାନଙ୍କୁ ବିମାନବନ୍ଦରରେ ଯାଞ୍ଚ କରି ଚର୍ଚ୍ଚାରେ ଓଡିଶାର ନୟାଗଡ ପୁଅ ତଥା ମୁମ୍ବାଇ ବିମାନବନ୍ଦରରେ କାର୍ଯ୍ୟରତ CISF ଯବାନ ସୋମନାଥ ମହାନ୍ତି ।
କର୍ତ୍ତବ୍ୟ ଆଗରେ ସମସ୍ତେ ସମାନ, ସଲମାନଙ୍କୁ ଯାଞ୍ଚ କରି ଚର୍ଚ୍ଚାରେ ଓଡିଆ ଯବାନ - ସଲମାନ ଖାନ
ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଏୟାରପୋର୍ଟରେ ଅଟକାଇ ଚର୍ଚ୍ଚାରେ ଓଡ଼ିଆ ଯବାନ l ସମସ୍ତଙ୍କ ପରି ସଲମାନଙ୍କ କାଗଜପତ୍ର ଯାଞ୍ଚ କରିଥିବା ଓଡିଆ ଯବାନଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ...
ସଲମାନ ଖାନ କାରରୁ ଓହ୍ଲାଇ ବିମାନବନ୍ଦର ଗେଟ୍ ଆଡକୁ ଯାଉଥିଲେ । ଏହିସମୟରେ ସଲମାନଙ୍କୁ ଅଟକାଇ ସମସ୍ତଙ୍କ ପରି ତାଙ୍କୁ ମଧ୍ୟ ଯାଞ୍ଚ କରିଥିଲେ ଯବାନ । ତେବେ ଏହି ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେଉଛି । ଏଥିସହ ଓଡିଆ ଯବାନଙ୍କୁ ମଧ୍ୟ ତାଙ୍କ ଦାୟିତ୍ବବୋଧତାକୁ ଭୂରି ଭୂରି ପ୍ରଶଂସା କରାଯାଉଛି । ଏପରିକି କର୍ତ୍ତବ୍ୟ ଆଗରେ ବଲିଉଡ ଷ୍ଟାର ହୁଅନ୍ତୁ କି ସାଧାରଣ ଜନତା ସମସ୍ତେ ସମାନ ବୋଲି ସୋମନାଥ କହିଛନ୍ତି ।
ତେବେ ସୋମନାଥଙ୍କ ଘର ନୟାଗଡ଼ ଜିଲ୍ଲା ପାଣିପୋଇଲା ନିକଟବର୍ତ୍ତୀ ଘଣ୍ଟ ସାହିରେ l ସେ ନୟାଗଡ଼ ସ୍ବଂୟଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ପାସ୍ କରିବା ପରେ ୨୦୧୮ ମସିହାରୁ CISFରେ ଯୋଗ ଦେଇଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ