ନୟାଗଡ:ଆଉ କେଇଟା ମାସ ପରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏଣୁ ରଥ ନିର୍ମାଣ ପାଇଁ ନୟାଗଡରୁ ପୁରୀ ଗଲା ରଥ କାଠ । ଶୁକ୍ରବାର ନୟାଗଡ ଦଶପଲ୍ଲା ବନାଞ୍ଚଳର ପୋଖରିଗୋଛା ଜଙ୍ଗଲରୁ ଦୁଇ ଟ୍ରିପ କାଠ ସଂଗ୍ରହ କରାଯାଇ ଟ୍ରକ ଯୋଗେ ପୁରୀକୁ ପଠାଯାଇଛି । ଆଜି ରାତି ମଧ୍ୟରେ ଏହା ବଡଦାଣ୍ଡରେ ପହଞ୍ଚିବ ।
ରଥଯାତ୍ରା ପାଇଁ ନୟାଗଡ଼ରୁ ପୁରୀ ଗଲା ପ୍ରଥମ ରଥ କାଠ - chariot wood
ଚଳିତ ବର୍ଷ ରଥଯାତ୍ରା ପାଇଁ ନୟାଗଡ଼ ଦଶପଲ୍ଲା ବନାଞ୍ଚଳରୁ ପୁରୀ ଗଲା ପ୍ରଥମ ରଥ କାଠ l ଆଜି ରାତିରେ ପୁରୀ ବଡ଼ଦାଣ୍ଡରେ ପହଞ୍ଚିବ ଏହି କାଠ । ଅଧିକ ପଢନ୍ତୁ...
![ରଥଯାତ୍ରା ପାଇଁ ନୟାଗଡ଼ରୁ ପୁରୀ ଗଲା ପ୍ରଥମ ରଥ କାଠ ରଥଯାତ୍ରା ପାଇଁ ନୟାଗଡ଼ରୁ ପୁରୀକୁ ଗଲା ପ୍ରଥମ ରଥ କାଠ](https://etvbharatimages.akamaized.net/etvbharat/prod-images/768-512-10597341-thumbnail-3x2-puri.jpg)
ରଥଯାତ୍ରା ପାଇଁ ନୟାଗଡ଼ରୁ ପୁରୀକୁ ଗଲା ପ୍ରଥମ ରଥ କାଠ
ରଥଯାତ୍ରା ପାଇଁ ନୟାଗଡ଼ରୁ ପୁରୀ ଗଲା ପ୍ରଥମ ରଥ କାଠ
ରଥଯାତ୍ରା ପାଇଁ ନୟାଗଡ଼ରୁ ପୁରୀକୁ ଗଲା ପ୍ରଥମ ରଥ କାଠ
ବିଧି ଅନୁଯାୟୀ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଶ୍ରୀପଞ୍ଚମୀ ଦିନ ରଥ କାଠ ଅନୁକୂଳ ହେବ । ଏନେଇ ଆଜି ନୟାଗଡ ବନାଖଣ୍ଡ ପକ୍ଷରୁ ଦଶପଲ୍ଲା ମହାବୀର ମନ୍ଦିର ଆଗରେ ରଥ କାଠ ପୂଜା କରାଯାଇ ରଥଯାତ୍ରା ନିମନ୍ତେ ପୁରୀକୁ ଯୋଗାଣର ଶୁଭାରମ୍ଭ କରାଯାଇଛି । ଚଳିତ ବର୍ଷ ପୁରୀକୁ ରଥ କାଠ ପ୍ରେରଣ ପାଇଁ ଗତମାସ 11 ତାରିଖ ଦିନ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ଶ୍ରୀମନ୍ଦିର ନୀତି ପ୍ରଶାସକ ନୟାଗଡ ପହଞ୍ଚିଥିଲେ ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ
Last Updated : Feb 12, 2021, 4:29 PM IST