ନୟାଗଡ: ଜିଲ୍ଲା ଚାନ୍ଦପୁର ଥାନା ପକ୍ଷରୁ ଜୁଆଡ଼ିଙ୍କୁ କଡ଼ା ଚେତାବନୀ ଦିଆଯାଇଛି l ଚାନ୍ଦପୁର ଥାନା ଅଞ୍ଚଳରେ ଜୁଆ ଖେଳ କଥା ସାମ୍ନାକୁ ଆସିବା ପରେ ପୋଲିସ ଚାନ୍ଦପୁର ଛକର ବିଭିନ୍ନ ସ୍ଥାନରେ ଜୁଆଡିମାନଙ୍କୁ ସଚେତନ କରିଛି l ଆଗକୁ ଜୁଆଖେଳିଲେ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଚେତାବନୀ ଦେଇଥିବା ସୂଚନା ମିଳିଛି ।
ଜିଲ୍ଲାରେ ଜୁଆଖେଳ ବିଭିନ୍ନ ସ୍ଥାନରେ ଖେଳା ଯାଉଥିବା ଖବର ପାଇବା ପରେ ପୋଲିସ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଜୁଆ ଖେଳ ଅନେକ ସଂସାରକୁ ନଷ୍ଟ କରୁଛି ଏହା ବନ୍ଦ ହେବା ନିହାତି ଦରକାର ଏବଂ ଆମେ ସମସ୍ତେ ମିଳିମିଶି ଏଭଳି ବେଆଇନ କାମ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି ଥାନା ଅଧିକାରୀ l ଚାନ୍ଦପୁର ଥାନା ଅଞ୍ଚଳରେ ଜୁଆ ଖେଳ କଥା ସାମ୍ନାକୁ ଆସିବା ପରେ ଚାନ୍ଦପୁର ପୋଲିସ ସ୍ଥାନୀୟ ଛକର ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରିଛି l