ନୟାଗଡ: ମଣିଷ ଯେତେବେଳେ ଶେଷ ନିଶ୍ବାସ ତ୍ୟାଗ କରେ ସେତେବେଳେ ସେ ଶ୍ମଶାନକୁ ଯାଏ । ଶ୍ମଶାନ ନାଁ ଶୁଣିଲେ ଅନେକ ଭୟ କରିଥାନ୍ତି । ହେଲେ ସେହି ଶ୍ମଶାନ ଯେତେବେଳେ ପାର୍କରେ ପରିଣତ ହୁଏ ସେଠାକୁ ଲୋକଙ୍କର ସୁଅ ଛୁଟିଥାଏ । ଶ୍ମଶାନ ପାଲଟିଛି ଇନ୍ଦ୍ରଭବନ । ଯାହାକୁ ଦେଖିଲେ ସେହି ବାଟ ଦେଇ ଯାଉଥିବା ପଥିକଟି ଦଣ୍ଡେ ଅଟକି ଯାଏ । ଶ୍ମଶାନର ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ବିରୁଡା ଗ୍ରାମରେ ।
ବିରୁଡ଼ା ଗ୍ରାମ ପଞ୍ଚାୟତ ମନରେଗା ଆଦି ଫଣ୍ଡରୁ ଶ୍ମଶାନର ରୂପ ବଦଳାଯାଇ ଏକ ମଡେଲ ଶ୍ମଶାନରେ ପରିଣତ ହୋଇଛି । ବିରୁଡା ଗାଁ ଶ୍ମଶାନ ଏବେ ଲୋକଙ୍କ ପାଇଁ ପାଲଟିଛି ସେଲ୍ଫି ସ୍ପଷ୍ଟ । ଶ୍ମଶାନଟି କୌଣସି ପାର୍କଠାରୁ କିଛି କମ ନୁହେଁ । ଶ୍ମଶାନକୁ ଯେକେହି ବି ଦେଖିଲେ ଘଡ଼ିଏ ବିତାଇବାକୁ ଇଚ୍ଛା କରିଥାଏ । ଶ୍ମଶାନରେ ଅନେକ ଦେବାଦେବୀଙ୍କ ସମେତ ସିମେଣ୍ଟ ତିଆରି ପଶୁ ପକ୍ଷୀ ଏବଂ ବହୁ ମୁନି ଋଷିଙ୍କ ମୂର୍ତ୍ତି ସ୍ଥାପନ ହୋଇଛି । ଏକଦା ଖାଁ ଖାଁ ଥିବା ଶ୍ମଶାନ ଏବେ ଜନଗହଳି ପୂର୍ଣ୍ଣ ହୋଇଛି । କେବଳ ସେତିକି ନୁହେଁ, ଅହିଂସାର ବାର୍ତ୍ତା ସହ ଶ୍ରବଣ କୁମାରଙ୍କ ପିତୃ ଭକ୍ତିର ବାର୍ତ୍ତାକୁ ବାଣ୍ଟୁଛି ଏହି ଶ୍ମଶାନ l ସ୍ବର୍ଗଧାମର ପରି ମନେ ହୁଏ ଶ୍ମଶାନ । ଥରେ ବୁଲିବାକୁ ଗଲେ ଆଉ ଫେରିବାକୁ ମନ ହୁଏନି ।