ନୟାଗଡ଼: ଗତ ସୋମବାର ଠାରୁ ନୟାଗଡ଼ CDMO ଓ ଶିଶୁ ବିଶେଷଜ୍ଞ ଡାକ୍ତର ଆଶିଷ ଦୀକ୍ଷିତଙ୍କ ବିବାଦ ବାଟରେ ପଡ଼ି ହାଟରେ ଗଡୁଛି । ଡାକ୍ତର ଦୀକ୍ଷିତ ସରକାରୀ ବାସ ଭବନରେ ଚଢାଉ କରି, ସରକାରୀ ବାସ ଭବନରେ ରୋଗୀ ଦେଖି ପାରିବେ ନାହିଁ କହିଥିଲେ ସିଡ଼ିଏମଓ । ଏପରିକି ଡାକ୍ତର ଦୀକ୍ଷିତଙ୍କ ପାଖରେ କାର୍ଯ୍ୟରତ ୨ ସୁରକ୍ଷ କର୍ମୀଙ୍କୁ ସିଡ଼ିଏମଓଙ୍କ ଅଭିଯୋଗ କ୍ରମେ ପୋଲିସ ଅଟକ ରଖିଛି l ସକାଳ 7:30 ରେ ସିଡ଼ିଏମଓ ଏହି ଚଢ଼ାଉ କରିଥିଲେ l ଡାକ୍ତର ଦୀକ୍ଷିତ କହିବା ଅନୁସାରେ, ତାଙ୍କର ସକାଳ 8ରୁ ଦିନ 12 ପର୍ଯ୍ୟନ୍ତ ସରକାରୀ ମେଡିକାଲରେ ରୋଗୀ ଦେଖିବା ସମୟ ରହିଛି l 8 ଟା ପୂର୍ବରୁ ସିଡ଼ିଏମଓ ଚଢ଼ାଉ କରି ବାସଭବନରେ ରୋଗୀ ଦେଖିବାକୁ ବାରଣ କରିଛନ୍ତି l
ସିଡ଼ିଏମଓ ଓ ଡାକ୍ତରଙ୍କ ମଧ୍ୟରେ ବିବାଦ, ହନ୍ତସନ୍ତ ରୋଗୀ - ସିଡ଼ିଏମଓ ଏବଂ ଡାକ୍ତରଙ୍କ ମଧ୍ୟରେ ବିବାଦ
ଗତ ସୋମବାର ଠାରୁ ନୟାଗଡ଼ CDMO ଓ ଶିଶୁ ବିଶେଷଜ୍ଞ ଡାକ୍ତର ଆଶିଷ ଦୀକ୍ଷିତଙ୍କ ବିବାଦ ବାଟରେ ପଡ଼ି ହାଟରେ ଗଡୁଛି । ଡାକ୍ତର ଦୀକ୍ଷିତ ସରକାରୀ ବାସଭବନରେ ଚଢାଉ କରି, ସରକାରୀ ବାସ ଭବନରେ ରୋଗୀ ଦେଖି ପାରିବେ ନାହିଁ କହିଥିଲେ ସିଡ଼ିଏମଓ । ଅଧିକ ପଢନ୍ତୁ
ସିଡ଼ିଏମଓ ଏବଂ ଡାକ୍ତରଙ୍କ ମଧ୍ୟରେ ବିବାଦ, ହଇରାଣ ହେଉଛନ୍ତି ରୋଗୀ
ସିଡ଼ିଏମଓ ଏବଂ ଡାକ୍ତରଙ୍କ ମଧ୍ୟରେ ବିବାଦ, ହଇରାଣ ହେଉଛନ୍ତି ରୋଗୀ
ଦୀକ୍ଷିତ ଆହୁରି କହିଛନ୍ତି, ସିଡ଼ିଏମଓଙ୍କ ଚଢ଼ାଉ ବେଆଇନ ଏବଂ ଆଇନ ଅନୁସାରେ ଜଣେ ଡାକ୍ତର ରୋଗୀ ଦେଖିପାରିବ l ତଥାପି ସିଡ଼ିଏମଓଙ୍କ ବାରଣ ଯୋଗୁଁ ଡାକ୍ତର ଦୀକ୍ଷିତ ନିଜ ସରକାରୀ ବାସଭବନରେ ରୋଗୀ ଦେଖୁନାହାନ୍ତି l ଏହାର ପ୍ରଭାବ ରୋଗୀ ମାନଙ୍କ ଉପରେ ପଡିଛି l ଯେଉଁମାନେ ସରକାରୀ ବାସଭବନକୁ ଯାଉନଥିଲେ ସେମାନେ ଡାକ୍ତର ଦୀକ୍ଷିତଙ୍କ ପାଖକୁ ଯାଉଥିଲେ l ମାତ୍ର ଡାକ୍ତର ଦୀକ୍ଷିତ ରୋଗୀ ଦେଖିବା ବନ୍ଦ କରିଦେବାରୁ ରୋଗୀମାନେ ହଇରାଣ ହୋଇଛନ୍ତି l ସିଡ଼ିଏମଓ ଏବଂ ଡାକ୍ତରଙ୍କ ମଧ୍ୟରେ ବିବାଦ ଯୋଗୁଁ ରୋଗୀ ହଇରାଣ ହୋଇଥିବା କୁହାଯାଉଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ