ଓଡିଶା

odisha

ETV Bharat / state

ଗଡଜାତରେ ରଥଯାତ୍ରା - ନୟାଗଡ

ନୟାଗଡ ଜିଲ୍ଲାର ବିଭିନ୍ନ ଗଡଜାତ ଅଞ୍ଚଳରେ ଘୋଷଯାତ୍ରା ଅନୁଷ୍ଠିତ । ନୟାଗଡ ସମେତ ଖଣ୍ଡପଡା, ଦଶପଲ୍ଲା ଓ ରଣପୁର ଆଦି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

By

Published : Jul 4, 2019, 11:25 PM IST

ନୟାଗଡ: ନୟାଗଡ ଜିଲ୍ଲାର ବିଭିନ୍ନ ଗଡଜାତ ଅଞ୍ଚଳରେ ଘୋଷଯାତ୍ରା ଅନୁଷ୍ଠିତ । ନୟାଗଡ ସମେତ ଖଣ୍ଡପଡା, ଦଶପଲ୍ଲା ଓ ରଣପୁର ଆଦି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ଅବିଭକ୍ତ ପୁରୀ ଜିଲ୍ଲାର ସବୁ ଗଡଜାତ ଅଞ୍ଚଳରେ ରଥଯାତ୍ରା ଏକ ପ୍ରମୁଖ ପ୍ରଥା ଭାବେ ପ୍ରଚଳିତ ହୋଇଆସୁଛି । ଦଶପଲ୍ଲାରୁ କାଠ ଗଲେ ରଥ ନିର୍ମାଣ ହୁଏ, ଯାହା ଜଗନ୍ନାଥ ସଂସ୍କୃତି ସହ ଜଡିତ । ଚଳିତବର୍ଷ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ଭକ୍ତ ନୟାଗଡରେ ସମାଗମ ହୋଇଥିବାବେଳେ, ଦ୍ୱିତୀୟ ଶ୍ରୀକ୍ଷେତ୍ରର ଦାବି କରୁଥିବା ରଣପୁରରେ ପ୍ରାୟ 20 ହଜାରରୁ ଉର୍ଦ୍ଧ୍ବ ଭକ୍ତ ସମାଗମ ହୋଇଥିଲେ ।

ତେବେ ଏସବୁ ସ୍ଥାନରେ ଶାନ୍ତିଶୃଙ୍ଖଳା ସହ ରଥ ଟଣା ହୋଇଛି । ପୋଲିସ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ସାହାଯ୍ୟ ଓ ସହଯୋଗରେ ରଥଯାତ୍ରା ସୁରୁଖୁରୁରେ ସରିଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

ABOUT THE AUTHOR

...view details