ଓଡିଶା

odisha

By

Published : Apr 11, 2021, 7:54 AM IST

ETV Bharat / state

ରାସ୍ତାରେ ହୁତୁହୁତୁ ହୋଇ ଜଳିଲା କାର, ଅଳ୍ପକେ ବର୍ତ୍ତିଲେ 4 ଜଣ

ନୟାଗଡ ବିଜିପୁର ଗେଟ ନିକଟରେ ଜଳିଲା ଗାଡି । ଗାଡିର ସମ୍ମୁଖ ଇଞ୍ଜିନରେ ନିଆଁ ଲାଗି ଯିବାକୁ କାରଟି ଜଳିଯାଇଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି 4 ଜଣ ।

ରାସ୍ତା ଉପରେ ହୁତୁହୁତ ହୋଇ ଜଳିଲା କାର
ରାସ୍ତା ଉପରେ ହୁତୁହୁତ ହୋଇ ଜଳିଲା କାର

ନୟାଗଡ: ଚଳନ୍ତା କାରରେ ଲାଗିଲା ନିଆଁ । ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଲା ମହିନ୍ଦ୍ରା ଏକ୍ସ ୟୁ ଭି କାର । ଏତେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ କାର ଡ୍ରାଇଭରଙ୍କ ସମେତ 3 ଯାତ୍ରୀ । ଏହି ଘଟଣାଟି ଖୋର୍ଦ୍ଧା ବଲାଙ୍ଗୀର 56 ନମ୍ବର ଜାତୀୟ ରାଜପଥର ନୟାଗଡ ପ୍ରବେଶ ପଥ ବିଜିପୁର ଗେଟ ନିକଟରେ ଘଟିଛି ।

ରାସ୍ତା ଉପରେ ହୁତୁହୁତ ହୋଇ ଜଳିଲା କାର

କାରଟି ନୟାଗଡରୁ ରାଜ ସୁନାଖଳା ଆସୁଥିଲା । ଏହି ସମୟରେ ହଠାତ ଗାଡିର ସମ୍ମୁଖ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଏହା ପରେ ଡ୍ରାଇଭର ଗାଡିକୁ ଭିମପଡା ବଜାର ଠାରେ ରଖି ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସାହାଯ୍ୟକ୍ରମେ 4 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details