ଓଡିଶା

odisha

ETV Bharat / state

ଦଶପଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା, ତିନି ଯୁବ ବ୍ୟବସାୟୀ ମୃତ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଜାତୀୟ ରାଜପଥ ନଂ ୫୭ ସୁବଳୟା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ତିନି ଯୁବ ବ୍ୟବସାୟୀ ମୃତ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Nov 25, 2023, 6:11 PM IST

57ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
57ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

57ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଖୋର୍ଦ୍ଧା/ନୟାଗଡ଼ : ଦିନକୁ ଦିନ ମୁଣ୍ଡ ନେବାରେ ଲାଗିଛି ସଡ଼କ ଦୁର୍ଘଟଣା । ବେପରୁଆ ଗାଡ଼ି ଚାଳନା ହେଉ ଅବା ଅସାବଧାନତା ପାଇଁ ଅକାଳରେ ଚାଲି ଯାଉଛି ନିରୀହ ଜୀବନ । ଦୁର୍ଘଟଣାରେ ନିଜ ଆତ୍ମୀୟ ସ୍ବଜନକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ୁଛନ୍ତି ପରିବାର । ତେବେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଜାତୀୟ ରାଜପଥ ନଂ ୫୭ ସୁବଳୟା ଛକ ନିକଟରେ । ଯେଉଁଥିରେ ତିନିଜଣ ଯୁବ ବ୍ୟବସାୟୀଙ୍କ ଜୀବନ ଯାଇଛି ।

ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧିନ ଜାତୀୟ ରାଜପଥ ନଂ ୫୭ ସୁବଳୟା ଛକ ନିକଟରେ ଏକ କାର ଗାଡ଼ି ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଏହି ଭୟଙ୍କ ଦୁର୍ଘଟଣାରେ ତିନିଜଣ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟବସାୟୀ ହେଲେ ଦିପୁ, ଶିତୁ ଓ ଗୋକୁଳ । ସମସ୍ତେ ଦଶପଲ୍ଲା ଅଞ୍ଚଳର ବୋଲି ଜଣାପଡ଼ିଛି । ସେପଟେ ଘଟଣା ସ୍ଥଳରେ ଦୁର୍ଘଟଣା ଘଟାଇଥିବା କାର ରହିଥିବା ବେଳେ ଦଶପଲ୍ଲା ପୋଲିସ ପହଞ୍ଚି କାର ଗାଡ଼ିକୁ ଜବତ କରିଛି ।

ତେବେ ଏଭଳି ଏକ ଦୁଃଖଦ ଘଟଣାକୁ ନେଇ ଦଶପଲ୍ଲା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପୋଲିସ ଦୁର୍ଘଟଣା ଘଟାଇ ଥିବା ଗାଡ଼ି ଚାଳକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ସରକାରୀ ସହାୟତା ପ୍ରଦାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ଅନ୍ୟପଟେ ମୃତ ତିନି ଯୁବକ ହେଲମେଣ୍ଡ ପିନ୍ଧି ନଥିଲେ । ଯାହାଦ୍ଵାରା ସେମାନଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇ ଜୀବନ ଚାଲିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ.....ଟ୍ରକକୁ ଧକ୍କା ଦେଲା ହାଇୱା, ଦୁର୍ଘଟଣାରେ ଆସାମ ଯୁବକ ମୃତ

ସୂଚନା ଥାଉକି, ପୂର୍ବରୁ 57ନଂ ଜାତୀୟ ରାଜପଥରେ ମଧ୍ୟ ଏକ ଭୟଙ୍କର ଦୁର୍ଘଟଣା ଗଟିଥିଲା । ଖୋର୍ଦ୍ଧା ଜିଲ୍ଲା ଟୀକାତାଳ ଗ୍ରାମର ଦଶମ ଶ୍ରେଣୀର ଛାତ୍ର ବିଶ୍ଵନାଥ ବରାଡ଼ ନିଜର ଜଣେ ସମ୍ପର୍କୀୟଙ୍କ ସହ କୌଣସି କାମରେ ଖୋର୍ଦ୍ଧା ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ କାର ଧକ୍କା ଦେଇଥିଲା । ଦୁର୍ଘଟଣାରେ ବିଶ୍ୱନାଥ ଗୁରୁତର ଆହତ ହୋଇଥିବା ବେଳେ ପ୍ରଥମେ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ଏମ୍ସ ମେଡିକାଲ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉକ୍ତ କାରକୁ କାବୁ କରି ଥିବାବେଳେ ଗାଡିରୁ ବିପୁଳ ପରିମାଣର ମଦ ଜବତ କରିଥିଲେ । ଏହା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି କାରକୁ ଜବତ କରିଥିଲା । ତେବେ ମୃତ ବାଳକଙ୍କ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବି କରିବା ସହ ଉତ୍ୟକ୍ତ ଲୋକେ 57ନଂ ଜାତୀୟ ରାଜପଥ ରାସ୍ତା ଉପରେ ବସି ଧାରଣା ଦେବା ସହ ଟାୟାରେ ନିଆଁ ଲଗାଇ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା/ନୟାଗଡ଼

ABOUT THE AUTHOR

...view details