ନୟାଗଡ:ବହୁ ଚର୍ଚ୍ଚିତ ମାନସ ହତ୍ୟା ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ପରିବାର ଲୋକେ । ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତ ମାନସଙ୍କ ପରିବାର ଲୋକେ ।
ସୂଚନା ଅନୁଯାୟୀ, ରଜ୍ୟରେ ଆଲୋଡନ ସୃଷ୍ଟି କରିଛି କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡି ପୋଖରୀ ଗାଁର ପଞ୍ଚାନନ ସ୍ୱାଇଁଙ୍କ 28 ବର୍ଷୀୟ ପୁଅ ମାନସ ସ୍ୱାଇଁ । ପେଶାରେ କ୍ୟାମେରାମ୍ୟାନ ଭାବେ କାର୍ଯ୍ୟ କରୁଥିବା ମାନସ ଭଦ୍ରକ ଜିଲ୍ଲା ଚାନ୍ଦବାଲିକୁ ଫଟୋ ସୁଟ୍ ପାଇଁ ଯାଇ ଥିବାବେଳେ ଗତ ଫେବୃଆରୀ 5 ତାରିଖରୁ ନିଖୋଜ ଥିଲେ ।