ନୟାଗଡ଼: ଭଦ୍ରକରୁ ଅପହରଣ, ଭୁବନେଶ୍ବରରେ ହତ୍ୟା ଆଉ ନୟାଗଡ଼ରୁ ମୃତଦେହ ଜବତ l କ୍ୟାମେରା ମ୍ୟାନ ମାନସ ମର୍ଡର ମିଷ୍ଟ୍ରିର ଖୋଲି ପାରୁନି ଗୁମର l ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡିପୋଖରୀ ଗାଁର ମାନସ ସ୍ବାଇଁ l ଏହି ହତ୍ୟା ଘଟଣାରେ ମାତ୍ର 3 ଜଣଙ୍କୁ ଗିରଫ କରି ଚୁପ୍ ବସିଛି ପୋଲିସ l ମାନସ ମର୍ଡର ମୁଖ୍ୟ ଅଭିଯୁକ୍ତ ମହିଳା ଏବେବି ଫେରାର ରହିଛନ୍ତି l ମାନସଙ୍କ ପାଖରେ ଏକ ଆପତ୍ତିଜନକ ଭିଡ଼ିଓ ରହିଥିଲା l ଯାହାକୁ ନେଇ ସମ୍ପୃକ୍ତ ମହିଳା ଜଣକ ହତ୍ୟା କରିଥିବା କୁହାଯାଉଛି l
ଏପଟେ ମାନସଙ୍କ ମୃତ୍ୟୁକୁ ନେଇ ତାଙ୍କର ପରିବାର ଏବଂ ଗାଁରେ ଶୋକାକୁଳ ପରିବେଶ l ଗତ 12 ତାରିଖରେ କ୍ୟାମେରା ମ୍ୟାନଙ୍କ ମୃତଦେହ ଖୋଳି ଖୋଳି ବାହାର କରିଥିଲା ପୋଲିସ l ଏହି ଘଟଣାରେ 3 ଜଣକୁ ଗିରଫ କରିଛି ପୋଲିସ ଏବଂ ମୁଖ୍ୟ ଅଭିଯୁକ୍ତ ପୋର୍ଟାଲ ମାଲିକାଣି ଫେରାର ଥିବା ଜଣାପଡିଛି l