ନୟାଗଡ: ଭାରସାମ୍ୟ ହରାଇ ଗଛରେ ପିଟି ହେଲେ ଯାତ୍ରୀବାହୀ ବସ୍ । ଫଳରେ 10 ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 5ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବୁଧବାର ବିଳମ୍ବିତ ରାତିରେ ନୟାଗଡ ଜିଲ୍ଲା ଗଣିଆ ଥାନା ଅଧିନସ୍ଥ ଗୋପାଳ ପ୍ରସାଦ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ସମସ୍ତ ଆହତଙ୍କୁ ସ୍ଥାନୀୟ ଗଣିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 2ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।
ଗଛରେ ପିଟି ହେଲା ବସ୍: 10 ଆହତ, 2 ଗୁରୁତର - ଗଣିଆ ଛକରେ ବସ୍ ଦୁର୍ଘଟଣା
ନୟାଗଡ ଜିଲ୍ଲା ଗଣିଆ ଥାନା ଅଞ୍ଚଳରେ ଆମ୍ବ ଗଛକୁ ପିଟି ହୋଇ ଏକ ବସ୍ ଦୁର୍ଘଟଣାଗସ୍ତ ହୋଇଛି । ଫଳରେ ଏହି ଦୁର୍ଘଟଣାରେ 10 ଯାତ୍ରୀ ଆହତ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା ।
![ଗଛରେ ପିଟି ହେଲା ବସ୍: 10 ଆହତ, 2 ଗୁରୁତର](https://etvbharatimages.akamaized.net/etvbharat/prod-images/768-512-4412231-thumbnail-3x2-accident.jpg)
ଡିଜାଇନ ଫଟୋ
ସୂଚନା ଅନୁଯାୟୀ, ଯାତ୍ରୀଙ୍କୁ ନେଇ ଏକ ଘରୋଇ ବସ୍ ନୟାଗଡରୁ କୁମ୍ଭାରପଡା ଅଭିମୁଖେ ଆସୁଥିଲା । ହେଲେ ହଠାତ୍ ନିୟନ୍ତ୍ରଣ ହରାଇ ଗଣିଆ ଥାନା ଅଧିନସ୍ଥ ଗୋପାଳପ୍ରସାଦ ଠାରେ ଆମ୍ବ ଗଛକୁ ଧକ୍କା ଦେଇଥିଲା । ଫଳରେ ଘଟିଥିଲା ଏହି ଅଘଟଣ । ଖବର ପାଇ ଅଗ୍ନିଶମ ବାହାନୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ଗଣିଆ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ