ନୟାଗଡ଼: ଜିଲ୍ଲାର କୃଷକମାନଙ୍କ ଜୀବନ ରେଖା କୁହାଯାଉଥିବା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବିରେ କ୍ରିୟାନୁଷ୍ଠାନ କମିଟି ଆରମ୍ଭ କରିଛି ପ୍ରୟାସ l ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନକୁ ଯାଇ ପରିଦର୍ଶନ କରିବା ସହ ତୁରନ୍ତ କାର୍ଯ୍ୟାରମ୍ଭ ପାଇଁ ଦାବି କରିଛି l
କ୍ରିୟାନୁଷ୍ଠାନ କମିଟି ସଭାପତି ମନୋଜ କୁମାର ସାହୁଙ୍କ ନେତୃତ୍ବରେ ଉପସଭାପତି ବିନୋଦିନୀ ମହାନ୍ତି, ସମ୍ପାଦକ ବେଣୁଧର ନାୟକ, ସହସଂପାଦକ ଲକ୍ଷ୍ମୀଧର ରାଉତ ପ୍ରମୁଖ ବୃତ୍ତଙ୍ଗ ଜଳ ସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ l ଦୀର୍ଘ ୫୦ ବର୍ଷ ଧରି ନୟାଗଡ଼ ଜିଲ୍ଲାର ଜୀବନରେଖା କୁହାଯାଉଥିବା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାରେ ଅବହେଳା କରାଯାଇଛି। ଯଥାଶୀଘ୍ର ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ।