ଓଡିଶା

odisha

By

Published : Dec 5, 2021, 7:08 PM IST

ETV Bharat / state

ପୂର୍ବ ବିବାଦରୁ ଗାଁରେ ଘନ ଘନ ବୋମାମାଡ, ୪ ଆହତ

ପୂର୍ବ ବିବାଦକୁ କେନ୍ଦ୍ର କରି ବାହାଘର ଭୋଜି ବେଳେ ବରଯାତ୍ରୀଙ୍କ ଉତ୍ପାତକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ତେବେ ଗ୍ରାମରେ 10ଟି ବୋମାମାଡ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ବାହାଘର ଭୋଜି ବେଳେ ବୋମା ମାଡ଼: 4 ଆହତ
ବାହାଘର ଭୋଜି ବେଳେ ବୋମା ମାଡ଼: 4 ଆହତ

ନୟାଗଡ଼:ବାହାଘର ଭୋଜି ବେଳେ ବରଯାତ୍ରୀଙ୍କ ଉତ୍ପାତକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନୂଆରାଇପୁର ଓ ଡାଳିମ୍ବମଡ଼ା ଗାଁ ଭିତରେ ବାହାଘର ବେଳେ ଭୋଜିରେ ବାଲି ପକାଇବାକୁ ନେଇ ଉଭୟ ଗାଁ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି ।

ବାହାଘର ଭୋଜି ବେଳେ ବୋମା ମାଡ଼: 4 ଆହତ

ସୂଚନା ଅନୁଯାୟୀ, ନୂଆରାଇପୁର ଗାଁରେ ଏକ ଭୋଜି ଚାଲିଥିବା ବେଳେ ଡାଳିମ୍ବମଡ଼ା ଗ୍ରାମର ଏକ ବରଯାତ୍ରୀ ସେଇବାଟେ ଯାଉଥିଲେ । ଏହି ସମୟରେ ଉଭୟ ଗ୍ରାମ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ତେବେ ପୂର୍ବରୁ ଦୀର୍ଘ ଦିନ ହେବ ଏକ ଦେବୋତ୍ତର ଜମିକୁ ନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ରହିଆସିଛି । ଉଭୟ ଗ୍ରାମର ଲୋକେ ଏହି ଦେବୋତ୍ତର ଜମିକୁ ନେବାକୁ ଉଦ୍ୟମ କରୁଥିବାରୁ ବିବାଦ ଲାଗି ରହିଛି । ଏହି ବିବାଦ ବାହାଘର ଭୋଜି ବେଳେ ଉଗ୍ରରୂପ ଧାରଣ କରିଛି ।

ଗୋଟିଏ ଗାଁର ଲୋକେ ବୋମା ପକାଇଥିବା ନେଇ ସଂଗୀନ ଅଭିଯୋଗ ଆଣିଥିବା ବେଳେ ଅନ୍ୟ ଗାଁର ଲୋକେ ଢେଲା ଓ ମାରଣାସ୍ତ୍ରରେ ମରଣାତ୍ମକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଗ୍ରାମରେ 10ଟି ବୋମାମାଡ ହୋଇଥିବା ସୂଚନା ମିଳିଛି ।

ତେବେ ଏହି ଘଟଣାକୁ ନେଇ ଉଭୟ ଗାଁ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ 4 ଆହତଙ୍କୁ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଉଭୟ ଗାଁରେ ଶାନ୍ତି କମିଟି ମାଧ୍ୟମରେ ଆପୋଷ ସମାଧାନ ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଚାଲୁ ରହିଥିବା ସୂଚନା ମିଳିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details