ନୟାଗଡ: ପୁଣି ସାମ୍ନାକୁ ଆସିଲା ନୟାଗଡ ବିଜେଡି କନ୍ଦଳ । ବ୍ଲକ ଉପାଧ୍ୟକ୍ଷଙ୍କୁ ପିଟିଲେ ଅଧକ୍ଷାଙ୍କ ସ୍ବାମୀ । ଜିଲ୍ଲାର ଦଶପଲ୍ଲା ବ୍ଲକ ସ୍ଥାନୀୟ କ୍ଷମତାଶାଳୀ ବିଜେଡି ନେତା ତଥା ବ୍ଲକ ଅଧକ୍ଷାଙ୍କ ସ୍ବାମୀ ଉପେନ୍ଦ୍ର ସାହୁ ପୁଣି ଥରେ ଦଶପଲ୍ଲା ବ୍ଲକ ପରିସରରେ ବ୍ଲକ ଉପାଧ୍ୟକ୍ଷ ବସନ୍ତ ସାହୁଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ସଙ୍ଗୀନ ଅଭିଯୋଗ ହୋଇଛି ।
ଯାହାକୁ ନେଇ ଉପାଧ୍ୟକ୍ଷ ବସନ୍ତ ସାହୁଙ୍କ ପକ୍ଷରୁ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିବା ସହ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା ଦିଆଯାଇଛି l ସୂଚନା ଅନୁସାରେ, ବ୍ଲକରେ 15 ପ୍ରତିଶତ ଅଧିକ PC କାରବାର ଓ ଫଲସ ବିଲ କରିବା ପାଇଁ ସରକାରୀ ଅଧିକାରୀଙ୍କୁ ଧମକାଇଵା ସହ ବ୍ଲକରେ ଗୁଣ୍ଡାରାଜ ଚଳାଇ ଆସୁଥିବା ନେଇ ପୂର୍ବରୁ ବ୍ଲକର ପୂର୍ବତନ ବିଡିଓ ଦେବି ପ୍ରସାଦ ମହାନ୍ତି ଉପେନ୍ଦ୍ରଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଥିଲେ I