ଓଡିଶା

odisha

By

Published : Feb 21, 2022, 2:14 PM IST

ETV Bharat / state

ବିଜେଡ଼ି ଗଡ଼ରେ ଏଣ୍ଟ୍ରି ମାରିବାକୁ ବିଜେପିର ସ୍ୱତନ୍ତ୍ର ରଣନୀତି, ମଙ୍ଗ ଧରିଛନ୍ତି ପୂର୍ଣ୍ଣଚନ୍ଦ୍ର

ବିଜେଡ଼ି ଗଡ଼ରେ ଏଣ୍ଟ୍ରି ମାରିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଦଶପଲ୍ଲା ବ୍ଲକ ସଭାପତି ତଥା ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଚାଲିଛି ଜବରଦସ୍ତ ଯୋଜନା । ଅଧିକ ପଢନ୍ତୁ

ବିଜେଡ଼ି ଗଡ଼ରେ ଏଣ୍ଟ୍ରି ମାରିବାକୁ ବିଜେପିର ସ୍ୱତନ୍ତ୍ର ରଣନୀତି
ବିଜେଡ଼ି ଗଡ଼ରେ ଏଣ୍ଟ୍ରି ମାରିବାକୁ ବିଜେପିର ସ୍ୱତନ୍ତ୍ର ରଣନୀତି

ନୟାଗଡ: ହୁଲୁସ୍ତୁଲ ହେବାରେ ଲାଗିଛି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ । ବିଜେଡ଼ି ଗଡ଼ରେ ଏଣ୍ଟ୍ରି ମାରିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଦଶପଲ୍ଲା ବ୍ଲକ ସଭାପତି ତଥା ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଚାଲିଛି ଜବରଦସ୍ତ ଯୋଜନା ।

ଦଶପଲ୍ଲା ବିଜେଡ଼ି ଗଡ଼ରେ ଏଣ୍ଟ୍ରି ମାରିବାକୁ ବିଜେପିର ସ୍ୱତନ୍ତ୍ର ରଣନୀତି

ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ 6ଟି ଜିଲ୍ଲା ପରିଷଦ ଜୋନ ରହିଛି l ଗଣିଆ, ଦଶପଲ୍ଲା ଏବଂ ନୂଆଗାଁ ବ୍ଲକକୁ ନେଇ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଠିତ l 2017 ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସମସ୍ତ ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିଥିଲା ବିଜେଡ଼ି l ସେତେବେଳେ ବିଜେଡ଼ିର ନେତୃତ୍ବ ନେଇଥିଲେ ବର୍ତ୍ତମାନର ବିଜେପି ଦଶପଲ୍ଲା ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ l 2019 ସାଧାରଣ ନିର୍ବାଚନରେ ପୂର୍ଣ୍ଣଚନ୍ଦ୍ରଙ୍କୁ ବିଧାୟକ ପାଇଁ ବିଜେଡ଼ି ଟିକେଟ ନ ମିଳିବାରୁ ସେ ବିଜେପିରେ ଯୋଗ ଦେଇଥିଲେ l ବିଜେପିରୁ ଟିକେଟ ପାଇ ବିଧାୟକ ପାଇଁ ଲଢ଼ି ହାରିଥିଲେ ।

ଏଥର ବିଜେପି ପୂର୍ବ ପଞ୍ଚାୟତ ନିର୍ବାଚନ ଅପେକ୍ଷା ଭଲ ପ୍ରଦର୍ଶନ କରିବ l 6 ଟି ଜିଲ୍ଲା ପରିଷଦ ଜୋନ ଅକ୍ତିଆର କରିବାକୁ ବିଜେପି ରଣନୀତି ପ୍ରସ୍ତୁତି କରିଛି l ବିଜେପିର ନେତୃତ୍ବ ନେଉଛନ୍ତି ବିଜେଡ଼ି ଛାଡ଼ି ବିଜେପିରେ ମିଶିଥିବା ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ l ପୂର୍ଣ୍ଣଚନ୍ଦ୍ର ବିଜେପିରେ ମିଶିବା ପରେ ଏକ ପ୍ରକାର ଭଲ ସ୍ଥିତିକୁ ଆସିଛି ବିଜେପି l ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଇଥିବାରୁ ବିଜେପି ଏକ ପ୍ରକାର ସଶକ୍ତ ହୋଇଛି l ବିଜେଡ଼ିର ବିଫଳତାର ତାଲିକା ଏବଂ ବିଜେପିର ସଫଳତାର ତାଲିକା ଧରି ଲୋକଙ୍କ ପାଖକୁ ଯାଉଛନ୍ତି l 6ଟି ଜିଲ୍ଲା ପରିଷଦ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହେବା ନେଇ କହିଛନ୍ତି ପୂର୍ଣ୍ଣଚନ୍ଦ୍ର l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details