ଓଡିଶା

odisha

ETV Bharat / state

Panchayat Election: ନୟାଗଡ ପଶାପାଲିରେ ବିଜେଡି-ବିଜେପିର କଡା ଟକ୍କର - ନୟାଗଡ଼ରେ ବିଜେଡି ବିଜେପି କଡ଼ା ପ୍ରତିଦ୍ବନ୍ଦିତା

ନୟାଗଡ଼ ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ । ପ୍ରତ୍ୟେକ ଦଳ ବିଜୟୀ ହେବା ନେଉଛନ୍ତି ଦୃଢ଼ୋକ୍ତି । ଅଧିକ ପଢ଼ନ୍ତୁ

bjp to give a tough contest against bjd in nayagarh panchayat election
ପଞ୍ଚୟତ ନିର୍ବାଚନ: ନୟାଗଡ ବାଜିରେ ବିଜେଡି-ବିଜେପି ଟକ୍କର

By

Published : Jan 28, 2022, 9:00 PM IST

ନୟାଗଡ଼: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାନା କସରତ କରୁଛନ୍ତି ପ୍ରାର୍ଥୀ । ଏଥିରୁ ନୟାଗଡ଼ ବି ବାଦ୍‌ ପଡ଼ିନି । ରାଜନୈତିକ ଦଳ ସମର୍ଥିତ ଜିଲ୍ଲା ପରିଷଦ ଆସନ ସହ ସରପଞ୍ଚ, ସମିତି ସଭ୍ୟ ଆସନ ପାଇଁ କଡ଼ ଟକ୍କର । ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘରକୁ ଘର ବୁଲି ଭୋଟ ମାଗିବା ଆରମ୍ଭ କରିଛନ୍ତି ।

ପଞ୍ଚୟତ ନିର୍ବାଚନ: ନୟାଗଡ ବାଜିରେ ବିଜେଡି-ବିଜେପି ଟକ୍କର

ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ରାଜନୈତିକ ଦଳଗୁ଼ଡ଼ିକର ପ୍ରତ୍ୟକ୍ଷ ସମର୍ଥନ ମିଳିଛି । ତେବେ ପରୋକ୍ଷ ଭାବରେ ବି ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବରଙ୍କୁ ରାଜନୈତିକ ଦଳ ସମର୍ଥନ ମିଳିଛି । ଏଥିପାଇଁ ଶାସକ ଦଳ ପ୍ରାର୍ଥୀ ନବୀନଙ୍କ ସୁଶାସନ ନାଁରେ ଭୋଟ ମାଗୁଛନ୍ତି । ସେପଟେ ଉଭୟ ବିରୋଧୀ ରାଜ୍ୟ ସରକାରଙ୍କ ଦୁର୍ନୀତି, ଜିଲ୍ଲାରେ ବେକାରୀ ସମସ୍ୟାକୁ ପ୍ରସଙ୍ଗ କରି ଭୋଟ ଭିକ୍ଷା କରୁଛନ୍ତି । ବିରୋଧୀଙ୍କ ସବୁଠାରୁ ବଡ଼ ମୁଦ୍ଦା ରହିଛି ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟାକାଣ୍ଡ ।

ନୟାଗଡ଼ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀ ନୟାଗଡ଼, ରଣପୁର, ଦଶପଲ୍ଲା ଏବଂ ଖଣ୍ଡପଡା ନିର୍ବାଚନ ମଣ୍ଡଳୀରେ ମୋଟ ୨୪ଟି ଜିଲ୍ଲା ପରିଷଦ ଆସନ ରହିଛି । ଆସନ ହାତେଇବାକୁ ଆରୋପ ପ୍ରତ୍ୟାରୋପ ପର୍ବ ଆରମ୍ଭ ହେଲାଣି । ବିଜେଡି ପାଇଁ ଜିଲ୍ଲାରେ ଗୋଟି ଚାଲଣା କରୁଛନ୍ତି ଖୋଦ ନୟାଗଡ଼ ବିଧାୟକ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଡକ୍ଟର ଅରୁଣ ସାହୁ । ସେପଟେ କଂଗ୍ରେସ ଓ ବିଜେପି ମଧ୍ୟ ନିଜନିଜ ରଣନୀତି ମୁତାବକ କାର୍ଯ୍ୟ କରୁଛନ୍ତି ।

୨୦୧୭ ପଞ୍ଚାୟତ ନିର୍ବାଚନରେ ୨୪ ଜିଲ୍ଲା ପରିଷଦ ଆସନରୁ ୧୯ ଆସନରେ ବିଜୟ ହାସଲ କରିଥିଲା ବିଜେଡି । ସେପଟେ ବିଜେଡି ୪ଟି ଆସନରେ ବିଜୟୀ ହୋଇଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଭାବେ ମାତ୍ର ଜଣେ ହିଁ ବିଜୟୀ ହୋଇଥିଲେ । ଗତ ଥର କଂଗ୍ରେସ ଖାତା ମଧ୍ୟ ଖୋଲିବାକୁ ସକ୍ଷମ ହୋଇ ପାରିନଥିଲା । ହେଲେ ଏଥର ଅଙ୍କ ବଦଳିବ ବୋଲି ଦୃଢ଼ୋକ୍ତି ଦେଉଛନ୍ତି ବିରୋଧୀ । ସେପଟେ ପଞ୍ଚାୟତ ନିର୍ବାଚନରେ ବିଜେଡି ସବୁ ଆସନରେ ବିଜୟୀ ହେବ ବୋଲି କହିଛି ।

ବିଜେପି ଅଧାରୁ ଅଧିକ ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିବ ବୋଲି ଜିଲ୍ଲା ସଭାପତି କହିଛନ୍ତି । ସେପଟେ ଶକ୍ତ ବିରୋଧି ଦଳ ଭାବେ ଲଢ଼ିବ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ରଂଜିତ ଦାସ । ନୟାଗଡ଼ରେ କଂଗ୍ରେସର ସ୍ଥିତି ସେତେ ଭଲ ନାହିଁ । ଜିଲ୍ଲା କଂଗ୍ରେସ ସଭାପତି କଂଗ୍ରେସ କିଭଳି ଆଶାନୁରୂପ ସଫଳତା ପାଇବ ସେଥିପାଇଁ ପ୍ରାଣପଣେ ଉଦ୍ୟମ କରୁଛନ୍ତି ।

ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କିଏ ବାଜିମାତ୍‌ କରିବ ତାହା ଭୋଟରଙ୍କ ମୁଡ୍‌ କହିବ । ତେବେ ସମୀକ୍ଷକ କହୁଛନ୍ତି ଏଠାରେ ବିଜେଡି ପ୍ରଥମ ସ୍ଥାନରେ ରହିବ । ଏଥିପାଇଁ ନିର୍ବାଚନରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details