ନୟାଗଡ଼: ନୟାଗଡ଼ରେ ବିଜେପି ରାଜ୍ୟ ପ୍ରଭାରୀ ଡ଼ି.ପୁରନ୍ଦେଶ୍ଵରୀ । ପରୀ ପାଇଁ ନୟାଗଡ଼ ଦକ୍ଷିଣକାଳୀ ମନ୍ଦିରରେ ସମୂହ ଦୀପ ଜାଳିଲେ ବିଜେପି ରାଜ୍ୟ ପ୍ରଭାରୀ ।
ପୁରନ୍ଦେଶ୍ଵରୀଙ୍କ ସହ ବିଜେପି ନେତ୍ରୀ ଇରାନୀ ରାୟ, ଲେଖାଶ୍ରୀ ସାମନ୍ତରାୟ, ସୁରମା ପାଢ଼ୀ, ଜିଲ୍ଲା ସଭାପତି ଲାଲା ମନୋଜ ରାୟ ଏବଂ ଅନ୍ୟ ବିଜେପି କର୍ମୀମାନେ ମିଳିତ ଭାବେ ମନ୍ଦିରରେ ଦୀପ ଜାଳି ପରୀ ପାଇଁ ନ୍ୟାୟ ମାଗିଛନ୍ତି ।