ନୟାଗଡ : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡିଛି ବିଜେପି । ମମିତାଙ୍କୁ ନ୍ୟାୟ ଦେବା ପାଇଁ ଶୋଭାଯାତ୍ରା ସହ ନାରାବାଜି ଦେଇ ତାତିଲେ ବିଜେପି କର୍ମୀ l ଏନେଇ ନୟାଗଡ ଜିଲ୍ଲା ରଣପୁର ବିଜେପି ପକ୍ଷରୁ ରଣପୁରରେ ପ୍ରତିବାଦ କରାଯାଇଛି । ମମିତାଙ୍କୁ ନ୍ୟାୟ ଦେବା, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ସହ ତାଙ୍କୁ ଗିରଫ ଦାବିରେ ରଣପୁର ନିର୍ବାଚନମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ରଣପୁର ଥାନା ଘେରାଉ କରାଯାଇଛି l
JUSTICE FOR MAMITA: ରଣପୁର ଥାନା ସମ୍ମୁଖରେ ବିଜେପିର ପ୍ରତିବାଦ - ବିଜେପିର ପ୍ରତିବାଦ
ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । ଏନେଇ ନୟାଗଡ ଜିଲ୍ଲା ରଣପୁର ବିଜେପି ପକ୍ଷରୁ ରଣପୁରରେ ପ୍ରତିବାଦ କରାଯାଇଛି । ଅଧିକ ପଢନ୍ତୁ....
JUSTICE FOR MAMITA; ରଣପୁର ଥାନା ସମ୍ମୁଖରେ ବିଜେପିର ପ୍ରତିବାଦ
JUSTICE FOR MAMITA; ରଣପୁର ଥାନା ସମ୍ମୁଖରେ ବିଜେପିର ପ୍ରତିବାଦ
ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରିଛି ଦଳ l ତେବେ ନିରପେକ୍ଷ ତଦନ୍ତ ପାଇଁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ବିଜେପି କର୍ମୀମାନେ ଦାବି କରିଛନ୍ତି l ଏନେଇ ରଣପୁର ଥାନା ଘେରାଉ କରିବା ସହ ରାସ୍ତାରେ ବସି ପ୍ରତିବାଦ କରାଯାଇଛି l ଏଥିରେ ବିଜେପି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ବିଜେପି ନେତା ତାପସ ମାର୍ଥା ପ୍ରମୁଖ ସାମିଲ ହୋଇଥିଲେ l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ