ଓଡିଶା

odisha

By

Published : Dec 23, 2020, 10:12 PM IST

ETV Bharat / state

ଇଟାମାଟିରେ ପହଞ୍ଚିଲା ବିଜେପିର ବିଶାଳ ପଦଯାତ୍ରା

ନୟାଗଡ ଇଟାମାଟିରେ ପହଞ୍ଚିଛି ବିଜେପିର ବିଶାଳ ପଦଯାତ୍ରା । ଆସନ୍ତାକାଲି (ଗୁରୁବାର) ଯଦୁପୁର ଅଭିମୁଖେ ବାହାରିକ ଏହି ପଦଯାତ୍ରା । ଅଧିକ ପଢନ୍ତୁ...

ଇଟାମାଟିରେ ପହଞ୍ଚିଲା ବିଜେପିର ବିଶାଳ ପଦଯାତ୍ରା
ଇଟାମାଟିରେ ପହଞ୍ଚିଲା ବିଜେପିର ବିଶାଳ ପଦଯାତ୍ରା

ନୟାଗଡ: ଚତୁର୍ଥ ଦିନରେ ବିଜେପିର ବିଶାଳ ପଦଯାତ୍ରା । ରାଜଧାନୀର ଲିଙ୍ଗରାଜ ମନ୍ଦିରଠାରୁ ବାହାରିଥିବା ବିଜେପିର ପଦଯାତ୍ରା ଚତୁର୍ଥ ଦିନରେ ଅର୍ଥାତ ବୁଧବାର ସନ୍ଧ୍ୟାରେ ନୟାଗଡ଼ ଇଟାମାଟିରେ ପହଞ୍ଚିଛି l ମଙ୍ଗଳବାର ଦିନ ବେଗୁନିଆ ନିର୍ବାଚନ ମଣ୍ଡଳୀ ପିଚୁକୁଳି ଠାରେ ରାତ୍ରିଯାପନ କରି ଆଜି ସକାଳ ୧୦ ଘଟିକା ସମୟରେ ପୁଣି ପଦଯାତ୍ରା ଆରମ୍ଭ କରି ୧ଟାରେ ରଣପୁର ନିର୍ବାଚନ ମଣ୍ଡଳୀର ରାଜସୁନାଖଳାରେ ପହଞ୍ଚିଥିଲା ପଦଯାତ୍ରା l ଏଥିରେ ଏକାଧିକ କର୍ମୀ ଓ ଦଳୀୟ ନେତା ଯୋଗଦାନ କରିଛନ୍ତି ।

ଇଟାମାଟିରେ ପହଞ୍ଚିଲା ବିଜେପିର ବିଶାଳ ପଦଯାତ୍ରା

ବିପେଜି ନେତ୍ରୀ ସୁରମା ପାଢ଼ୀ କହିଛନ୍ତି, ଗତ ଚାରିମାସ ହେଲା ପୋଲିସ ହତ୍ୟାକାରୀର ଟେର ପାଉନଥିବା ବେଳେ ଏସାଇଟି ମୁଖ୍ୟ ଅରୁଣ ବୋଥ୍ରା ଜଣକୁ ଗିରଫ କରି ତାଙ୍କୁ ଅଭିଯୁକ୍ତ ସଜାଇଛି । ଅରୁଣ ବୋଥ୍ରା ରାଜ୍ୟ ସରକାରଙ୍କ ହାତବାରିସୀ ସାଜି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି l

ତେବେ ଆସନ୍ତାକାଲି ନୟାଗଡ଼ ଯଦୁପୁର ଅଭିମୁଖେ ବାହାରିବ ଏହି ପଦଯାତ୍ରା l ନୟାଗଡ଼ରେ ଏକ ସମାବେଶ ଅନୁଷ୍ଠିତ ହେବ l ଅରୁଣ ସାହୁଙ୍କ ଇସ୍ତଫା ସମେତ ସିବିଆଇ ତଦନ୍ତ ଦାବି କରି ବିଜେପି ପକ୍ଷରୁ ଏହି ବିଶାଳ ପଦଯାତ୍ରା କରାଯାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details