ନୟାଗଡ଼:ଜିଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ମାରାଥନ ସମୀକ୍ଷା ବୈଠକ l ବୁଥକୁ ବୁଥ ବୁଲି କରିଛନ୍ତି ସମୀକ୍ଷା l ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ବୈଠକ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା । ଓଡ଼ଗାଁ ଓ ନୟାଗଡ଼ ବ୍ଲକର ବିଭିନ୍ନ କର୍ମୀଙ୍କ ଗହଣରେ ମାରାଥନ ବୈଠକ କରିବା ସହ ଆଗାମୀ ଦିନରେ ବିଜେପି ସଂଗଠନକୁ କିଭଳି ମଜବୁତ କରାଯାଇପାରିବ । ସେନେଇ ବୁଥ ସ୍ତରୀୟ କର୍ମୀମାନଙ୍କ ସହ ଆଲୋଚନା କରିଛନ୍ତି l ଗତ ପଞ୍ଚାୟତ ନିର୍ବାଚନକୁ ନେଇ ସମୀକ୍ଷା କରାଯାଇଥିଲା l
ନୟାଗଡ଼ରେ ସମ୍ବିତ ପାତ୍ର, ବୁଥକୁ ବୁଥ ବୁଲି କଲେ ସମୀକ୍ଷା - sambit patra review meeting in nayagarh
ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ମାରାଥନ ସମୀକ୍ଷା ବୈଠକ l ଅଧିକ ପଢନ୍ତୁ
ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ମାରାଥନ ସମୀକ୍ଷା ବୈଠକ
ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ମାରାଥନ ସମୀକ୍ଷା ବୈଠକ
ପଞ୍ଚାୟତ ନିର୍ବାଚନରେ ବିଫଳତାର କାରଣ ଖୋଜି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଆହ୍ବାନ ଦେଇଥିଲେ ବିଜେପି ରାଷ୍ଟ୍ରୀୟ ପ୍ରଵକ୍ତା ସମ୍ବିତ ପାତ୍ର । ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତ୍ରୀ ଇରାନୀ ରାୟ ଓ ସନ୍ତୋଷ ପ୍ରଧାନ ପ୍ରମୁଖ ଏହି ମାରାଥନ ସମୀକ୍ଷା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହାସହ ବୁଥ ସ୍ତରୀୟ କର୍ମୀମାନଙ୍କ ଗହଣରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେପିର ସାଙ୍ଗଠନିକ ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ