ଓଡିଶା

odisha

By

Published : Jan 21, 2022, 12:35 PM IST

ETV Bharat / state

BJP ଦବଦବା ଥିବାରୁ ଟିକେଟ ଘୋଷଣା କରିପାରୁନି ବିଜେଡ଼ି: ଲାଲା ମନୋଜ ରାୟ

ଆଜି ନାମାଙ୍କନ ପତ୍ର ଦାଖଲ ଶେଷ ଦିନ । ହେଲେ ନୟାଗଡ ପାଇଁ ଏଯାବତ୍ ପ୍ରାର୍ଥୀ ଘୋଷଣା କରିପାରିନି ବିଜେଡି । ବିଜେପିର ଦବଦବା ଥିବାରୁ ଶାସକ ଦଳ ଟିକେଟ ଘୋଷଣା କରିପାରୁନଥିବା କହିଲା ବିଜେପି । ଅଧିକ ପଢନ୍ତୁ

ବିଜେପିର ଦବଦବା ଥିବାରୁ ଟିକେଟ ଘୋଷଣା କରିପାରୁନି ବିଜେଡ଼ି: ବିଜେପି ସଭାପତି
ବିଜେପିର ଦବଦବା ଥିବାରୁ ଟିକେଟ ଘୋଷଣା କରିପାରୁନି ବିଜେଡ଼ି: ବିଜେପି ସଭାପତି

ନୟାଗଡ଼: ତ୍ରିସ୍ତରୀୟ ନିର୍ବାଚନକୁ ନେଇ ସରଗରମ ନୟାଗଡ଼ ରାଜନୀତି l ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଆଜି ଶେଷ ଦିନ l କିନ୍ତୁ ଏଯାବତ୍ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିନି l ବିଜେପି ମଧ୍ୟ କିଛିଟା ଜୋନ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରିଛି l ଏପଟେ ବିଜେଡ଼ିର ଟିକେଟ ଘୋଷଣା ବିଳମ୍ବକୁ ନେଇ ବିଜେପି ଜିଲ୍ଲା ସଭାପତି ଲାଲା ମନୋଜ ରାୟ ମୁହଁ ଖୋଲିଛନ୍ତି l ବିଜେପିର ଦବଦବା ଥିବାରୁ ବିଜେଡ଼ି ଟିକେଟ ଘୋଷଣା କରିପାରୁନି ବୋଲି କହିଛନ୍ତି ଜିଲ୍ଲା ସଭାପତି ଲାଲା ମନୋଜ ରାୟ l

ବିଜେପିର ଦବଦବା ଥିବାରୁ ଟିକେଟ ଘୋଷଣା କରିପାରୁନି ବିଜେଡ଼ି: ବିଜେପି ସଭାପତି
ଯେଉଁଠି ବିଜେଡ଼ି ସ୍ଥିତି ଭଲ ଅଛି ଯେମିତିକି ରଣପୁର ଓ ଖଣ୍ଡପଡା ନିର୍ବାଚନ ମଣ୍ଡଳୀରେ ଥିବା ଜିଲ୍ଲା ପରିଷଦ ଜୋନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି l ଅନ୍ୟ ଜୋନ ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିନାହିଁ l ବିଜେଡ଼ିରୁ ଅନେକ ଆଶାୟୀ ଟିକେଟ ପାଇବା ପାଇଁ ଆଶା ରଖିଛନ୍ତି l ସମସ୍ତଙ୍କୁ ନାମାଙ୍କନ ପତ୍ର ଦାଖଲ ପାଇଁ ଆବଶ୍ୟକ କାଗଜପତ୍ର ରଖିବାକୁ କୁହାଯାଇଛି l କିନ୍ତୁ କିଏ ପ୍ରାର୍ଥୀ ପତ୍ର ଦାଖଲ କରିବ ସେନେଇ ସ୍ପଷ୍ଟ କରାଯାଉନି l କିଛି ଘଣ୍ଟା ବାକି ଥାଇ ନାମ ଘୋଷଣା କରାଯିବ ଏବଂ ଏହି ସମୟରେ ନାମାଙ୍କନ ପତ୍ର ଦାଖଲ ହେବ ବୋଲି କୁହାଯାଉଛି l

ଅନ୍ୟ ଯେଉଁ ଆଶାୟୀ ରହିବେ ସେମାନେ ଚାହିଁଲେ ବି ଅନ୍ୟ ଦଳକୁ ଯାଇପାରିବେ ନାହିଁ l ଯଦି ସେମାନେ ଅନ୍ୟ ଦଳକୁ ପଳାଇଯିବେ ତେବେ ବିଜେଡ଼ି ଜିତିବା ପାଇଁ ଏକ ପ୍ରକାର କଷ୍ଟ ହୋଇଯିବ l ତେଣୁ ମୂଳରୁ ଅସୁବିଧା ଦୂର କରିବା ପାଇଁ ବିଜେଡ଼ି ଏଭଳି ଷ୍ଟ୍ରାଟେଜି କରିଥିବା ଆଲୋଚନା ହେଉଛି l ଏତେ କମ୍ ସମୟ ଥିଲେ ମଧ୍ୟ ବିଜେପି କିମ୍ବା ବିଜେଡ଼ି ନିଜ ପ୍ରାର୍ଥୀ ଘୋଷଣା କରିନାହାନ୍ତି l ଜାଣିଶୁଣି ଉଭୟ ଦଳ ମାଷ୍ଟରଷ୍ଟ୍ରୋକ ଖେଳୁଥିବା ଚର୍ଚ୍ଚା ହେଉଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details