ଓଡିଶା

odisha

ETV Bharat / state

ଦଶପଲ୍ଲାରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା - ଗାନ୍ଧି ଜୟନ୍ତୀରେ ପଦଯାତ୍ରା ଆରମ୍ଭ କରୁଛି ବିଜେଡି

ଆଜି ଗାନ୍ଧୀ ଜୟନ୍ତୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଘରେ ଘରେ ପହଞ୍ଚିବେ ବିଜେଡି କର୍ମୀ ଓ ନେତା ।

ଦଶପଲ୍ଲାରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା, ଗାଁକୁ ଗାଁ ବୁଲିଲେ ବିଧାୟକ
ଦଶପଲ୍ଲାରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା, ଗାଁକୁ ଗାଁ ବୁଲିଲେ ବିଧାୟକ

By

Published : Oct 2, 2022, 7:57 PM IST

ନୟାଗଡ଼:ନୟାଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେଡିର ଏହି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଜନସମ୍ପର୍କ ପଦଯାତ୍ରାରେ ଶତାଧିକ ବିଜେଡ଼ି କର୍ମୀ ସାମିଲ ହୋଇ ଗାଁକୁ ଗାଁ ବୁଲିଛନ୍ତି । ଲୋକ ସମ୍ପର୍କ ବଜାୟ ରଖିବା ଏବଂ ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନତା ସୃଷ୍ଟି କରିବା ଏହି ପଦଯାତ୍ରାର ମୂଳ ଲକ୍ଷ୍ୟ ବୋଲି ଦଶପଲ୍ଲା ବିଜେଡ଼ି ବିଧାୟକ ରମେଶ ବେହେରା କହିଛନ୍ତି ।

ଦଶପଲ୍ଲାରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା, ଗାଁକୁ ଗାଁ ବୁଲିଲେ ବିଧାୟକ

ନଭେମ୍ବର ୨ରେ ଏହି ଯାତ୍ରା ଶେଷ ହେବ । ସେଦିନ ରାଜ୍ୟବାସୀଙ୍କ ସେବା ପାଇଁ ଦଳୀୟ କର୍ମୀମାନେ ସମୂହ ଶପଥପାଠ କରିବେ । ମାସେବ୍ୟାପୀ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବ ଦଳ । ପଦଯାତ୍ରା ସମୟରେ ବ୍ୟାପକ ଭାବେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର 2ଟି ଗ୍ରାମ ପଞ୍ଚାୟତରେ ଆରମ୍ଭ ହୋଇଛି ।

ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଏହି ପଦଯାତ୍ରା କରାଯିବ । ଏନେଇ ଦଶପଲ୍ଲା ବିଧାୟକ ରମେଶ ବେହେରା କହିଛନ୍ତି, ''ବିଜୁ ଜନତା ଦଳ 25 ବର୍ଷରେ ପଦାର୍ପଣ କରିଛି । ଆଜି ଏହି ଦଳ ଗୋଟିଏ ସାମାଜିକ ଓ ସାମୂହିକ ଆନ୍ଦୋଳନରେ ପରିଣିତ ହୋଇଛି । ତେଣୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଟୋବର 2ରୁ ନଭେମ୍ବର 2 ପର୍ଯ୍ୟନ୍ତ ଏକ ମାସ ପର୍ଯ୍ୟନ୍ତ ଏହି ପଦଯାତ୍ରା ଚାଲିବ । ତେବେ ଦଳର ଯେଉଁ ଆଭିମୁଖ୍ୟ ରହିଛି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ସମସ୍ତ କୃଷକ ଭାଇ ମାନଙ୍କ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହୋଇଛି ।''

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details