ଓଡିଶା

odisha

ETV Bharat / state

ରଣପୁରରେ ବିଜେଡ଼ିର ସାଙ୍ଗଠନିକ ବୈଠକ - ରଣପୁରରେ ବିଜେଡ଼ିର ସାଙ୍ଗଠନିକ ବୈଠକ

ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳ ତରଫରୁ ଚାନ୍ଦପୁର ଜୋନରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ l ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରିଛି ରଣପୁର ବିଜେଡ଼ି l ଅଧିକ ପଢନ୍ତୁ

ରଣପୁରରେ ବିଜେଡ଼ିର ସାଙ୍ଗଠନିକ ବୈଠକ
ରଣପୁରରେ ବିଜେଡ଼ିର ସାଙ୍ଗଠନିକ ବୈଠକ

By

Published : Jun 5, 2022, 3:22 PM IST

ନୟାଗଡ଼:ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳ ତରଫରୁ ଚାନ୍ଦପୁର ଜୋନରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ l ପଞ୍ଚାୟତ ନିର୍ବାଚନରେ ରଣପୁର ବ୍ଲକରେ ବିଜେଡ଼ି ଆଶାନୁରୂପ ସଫଳତା ପାଇନଥିଲା । ତେଣୁ ବିଫଳତାକୁ ନେଇ ସଫଳତା ପାଇଁ ସମୀକ୍ଷା କରାଯିବ । ଏଥିସହ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରିଛି ରଣପୁର ବିଜେଡ଼ି l ପଞ୍ଚାୟତ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷା ପଦବୀ ବିଜେଡିକୁ ମିଳିନଥିବା ବେଳେ ପରୋକ୍ଷ ସମର୍ଥନରେ ବ୍ଲକ ଉପାଧ୍ୟକ୍ଷ ପଦବୀ ହାତେଇଥିଲା l

ରଣପୁରରେ ବିଜେଡ଼ିର ସାଙ୍ଗଠନିକ ବୈଠକ

ତେବେ ପଞ୍ଚାୟତ ନିର୍ବାଚନର ବିଫଳତାକୁ ତର୍ଜମା କରିବା ସହ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଏହି ବୈଠକ ଅନୁଷ୍ଠିତ ହୋଇଛି l ବୈଠକରେ କାର୍ଯ୍ୟକର୍ତ୍ତା ଓ ନବନିର୍ବାଚିତ ପ୍ରତିନିଧିମାନଙ୍କୁ ସମ୍ୱର୍ଦ୍ଧନା କରାଯାଇଛି l କନ୍ଧନୟାଗଡ଼ ଗ୍ରାମ ପଞ୍ଚାୟତ ସ୍ଥିତ ମା' ଡୋମଣୀ ଦେବୀ କଲ୍ୟାଣ ମଣ୍ଡପ ଠାରେ ବିଜୁ ଯୁବ ଜନତା ଦଳର ସଭାପତି ଆଇନଜୀବୀ ରାଜୀବ ଲୋଚନ ପ୍ରଧାନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ବିଜେଡ଼ି ନେତା ମନୋଜ ଦାସ, ରଣପୁର ବ୍ଲକ ଯୁବ ବିଜେଡି ସଭାପତି ରଶ୍ମି ରଞ୍ଜନ ସାହୁ ଯୋଗ ଦେଇଥିଲେ ।

ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି BJD ପକ୍ଷରୁ ଆରମ୍ଭ ହୋଇଛି ଏହି ସାଙ୍ଗଠନିକ କାର୍ଯ୍ୟକ୍ରମ । ଦଳ ପାଇଁ ଆଗ ଧାଡିର କର୍ମୀ ଯୋଦ୍ଧା ମାନଙ୍କୁ ଏବଂ ଦଳ ସମର୍ଥନରେ ବିଜୟୀ ହୋଇଥିବା ଜନ ପ୍ରତିନିଧି ମାନଙ୍କୁ ମାନପତ୍ର ଓ ସମ୍ବର୍ଦ୍ଧିତ କରାଯାଇଥିଲା ।

ABOUT THE AUTHOR

...view details