ନୟାଗଡ: ସାରା ରାଜ୍ୟରେ ଜାରି ରହିଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ଲୋକଙ୍କ ପାଖକୁ ଯାଇ ଲୋକଙ୍କ ସମସ୍ୟା ଶୁଣିବା ଓ ବିଜେଡି ସରକାରଙ୍କ ଯୋଜନା ଇତ୍ୟାଦିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ । ଏହି କ୍ରମରେ ନୟାଗଡ଼ ଜିଲ୍ଲା ଓଡଗାଁରେ ବିଜେଡ଼ିର ବିଶାଳ ଜନ ସମ୍ପର୍କ ପଦଯାତ୍ରା କରାଯାଇଛି । ପ୍ରାୟ ୧୫ ହଜାର କର୍ମୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଲା ବିଜେଡି ।
ନୟାଗଡ଼ ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ବ୍ଲକର ୧୮ଟି ପଞ୍ଚାୟତକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପଦଯାତ୍ରାରେ ନୟାଗଡ଼ ଜିଲ୍ଲାର ୩ ଜଣ ବିଧାୟକ ଯୋଗ ଦେଇଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ପଦଯାତ୍ରାରେ ଖଣ୍ଡପଡ଼ା ବିଧାୟକ ସୈାମ୍ୟ ରଞ୍ଜନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ ପଦଯାତ୍ରାରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।
ଏହା ମଧ୍ୟ ପଢନ୍ତୁ: ଇଣ୍ଡୋନେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ, ଜି-20 ସମ୍ମିଳନୀରେ ଦେବେ ଯୋଗ