ଓଡିଶା

odisha

ETV Bharat / state

ବିବାଦ ମଧ୍ୟରେ ପଠାଣି ସାମନ୍ତଙ୍କ 187ତମ ଜୟନ୍ତୀ ପାଳିତ - ନୟାଗଡ ପଠାଣି ସାମନ୍ତଙ୍କ ଜନ୍ମ ଜୟନ୍ତୀ ପାଳିତ

ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଜନ୍ମଦିନକୁ ନେଇ ସୃଷ୍ଟି ହୋଇଛି ବିବାଦ । ଏ ସବୁ ସତ୍ତ୍ୱେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ରାଜବାଟୀଠାରେ ପଠାଣି ସାମନ୍ତଙ୍କ ୧୮୭ତମ ଜୟନ୍ତୀ ପାଳିତ ହୋଇଛି । ଅଧିକ ପଢନ୍ତୁ

ବିବାଦ ମଧ୍ୟରେ ପଠାଣି ସାମନ୍ତଙ୍କ 187 ତମ ଜୟନ୍ତୀ ପାଳିତ ବିବାଦ ମଧ୍ୟରେ ପଠାଣି ସାମନ୍ତଙ୍କ 187 ତମ ଜୟନ୍ତୀ ପାଳିତ
ବିବାଦ ମଧ୍ୟରେ ପଠାଣି ସାମନ୍ତଙ୍କ 187 ତମ ଜୟନ୍ତୀ ପାଳିତ

By

Published : Dec 28, 2021, 3:18 PM IST

ନୟାଗଡ଼ : ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଜନ୍ମଦିନକୁ ନେଇ ସୃଷ୍ଟି ହୋଇଛି ବିବାଦ । ଭିନ୍ନ ଭିନ୍ନ ଦିବସରେ ଜନ୍ମଦିନ ପାଳନ ହେଉଥିବାରୁ ପଠାଣି ସାମନ୍ତଙ୍କ ପ୍ରକୃତ ଜନ୍ମ ଦିନ କେବେ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ସରକାରଙ୍କ ତିଥି ଅନୁସାରେ ଜନ୍ମ ଦିନ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାକୁ ଉଲ୍ଲଘଂନ କରାଯାଇଛି । ଏ ସବୁ ସତ୍ତ୍ୱେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ରାଜବାଟୀ ଠାରେ ପୌଷ ମାସ କୃଷ୍ଣ ପକ୍ଷ ଆଷାଢ଼ରେ ପଠାଣି ସାମନ୍ତଙ୍କ ୧୮୭ତମ ଜୟନ୍ତୀ ପାଳିତ ହୋଇଛି ।

ବିବାଦ ମଧ୍ୟରେ ପଠାଣି ସାମନ୍ତଙ୍କ 187 ତମ ଜୟନ୍ତୀ ପାଳିତ

ମୁଁ ବଘେଲ ତରଫରୁ ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହଙ୍କ ଆହ୍ୱାନରେ ଏହା ଅନୁଷ୍ଠିତ ହୋଇଯାଇଥିବାବେଳେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ କୁଳମଣି ଷଡ଼ଙ୍ଗୀ, ମୁଖ୍ୟବକ୍ତା ଭାବେ ତିରୁପତି ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରାଧ୍ୟାପକ ଡ଼କ୍ଟର ଭାରତ ଭୂଷଣ ରଥ, ଗିରିଜା ଶଙ୍କର ତାରାଶିଆ ପ୍ରମୁଖ ଯୋଗ ଦେଇଥିଲେ । ପଠାଣି ସାମନ୍ତ ବା ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମଗ୍ରହଣ କରିଥିଲେ । ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details